ଉତ୍ତରାଖଣ୍ଡରେ ହିମସ୍ଖଳନ, ୮ ପର୍ବତାରୋହୀ ସୁରକ୍ଷିତ ଉଦ୍ଧାର। ବର୍ତ୍ତମାନ ବି ଫସିରହିଛନ୍ତି ୨୧ ପର୍ବତାରୋହୀ। 

76

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଦ୍ରୋପଦୀ ଅଞ୍ଚଳରେ ହିମସ୍ଖଳନ ହୋଇଛି । ତେବେ ସେଠାରେ ପାଖାପାଖି ୨୧ଜଣ ଫସିରହିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଡଣ୍ଡା-୨ ପର୍ବତରେ ୧୭୦ ପର୍ବତାରୋହୀ ପ୍ରଶିକ୍ଷଣ ପାଇଁ ଯାଇଥିଲେ । ସେହି ସମୟରେ ହିମସ୍ଖଳନ ହୋଇ ୨୯ ପର୍ବାତାରୋହୀ ସେଠାରେ ଫସିରହିଯାଇଥିଲେ । ୮ ଜଣଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ବେଳେ ୨୧ଜଣ ଫସିରହିଛନ୍ତି ।

ଉତ୍ତର କାଶୀ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅଧିକାରୀ ଦେବେନ୍ଦ୍ର ପଟୱାଲ କହିଛନ୍ତି, ଆଠ ପର୍ବତାରୋହୀଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଜାରିରହିଛି । ଏହି ପର୍ବତକୁ ଯିବା ଟ୍ରେନିଂର ଗୋଟିଏ ପର୍ଯ୍ୟାୟ । ଏହି ସ୍ଥାନଟି ୧୬ ହଜାର ଫୁଟ ଉଚ୍ଚରେ ଅବସ୍ଥିତ । ସକାଳ ୭ରୁ ୮ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଏହି ସ୍ଥାନଟି ବହୁତ ଉଚ୍ଚରେ ରହୁଥିବା କାରଣରୁ ହେଲିକପ୍ଟରର ସାହାଯ୍ୟ ନିଆଯାଉଛି ।