ଚୀନ ସହ ଭାରତର ଯୁଦ୍ଧ ଆଶଙ୍କା ! କେନ୍ଦ୍ର ଠାରୁ ରକ୍ଷାମନ୍ତ୍ରାଳୟ ଦାବି କଲା ୨୦ ହଜାର କୋଟିରୁ ଅଧିକ ଟଙ୍କା

52

ଚୀନ ଓ ଭାରତ ମଧ୍ୟରେ ଚାଲୁଥିବା ସୀମା ବିବାଦ ମଧ୍ୟରେ ରକ୍ଷା ମନ୍ତ୍ରାଳୟ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ କେନ୍ଦ୍ର ଠାରୁ ୨୦ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଦାବି କରିଛି । ଡୋକାଲାମ ବିବାଦକୁ ୮ ସପ୍ତାହ ପୁରଣ ହୋଇ ଯାଇଛି ଏବଂ ଏହି ସମୟରେ ଦାବି କରିଛି ରକ୍ଷା ମନ୍ତ୍ରାଳୟ । ଏନେଇ ୨୦୧୭ରେ କେନ୍ଦ୍ର ତରଫରୁ ୨,୭୪,୧୧୩ କୋଟି ଟଙ୍କାର ବଜେଟ ଉପସ୍ଥାପନ ହୋଇଥିଲା, ଯାହା ଜିଡ଼ିପିର ୧.୬୨ ପ୍ରତିଶତ ଥିଲା । ରକ୍ଷା ମନ୍ତ୍ରାଳୟର ସୂତ୍ର ଅନୁସାରେ ବଜେଟର ଅଧା ଭାଗ ତାଙ୍କୁ ମିଳି ସାରିଛି ଏବଂ ସେଥିରୁ ୩ ଭାଗରୁ ଭାଗେ ଖର୍ଚ୍ଚ ମଧ୍ୟ ହୋଇ ସାରିଛି ।

କିଛି ସପ୍ତାହ ପୂର୍ବରୁ ରକ୍ଷା ମନ୍ତ୍ରାଳୟ ସେନାର ଉପପ୍ରମୁଖକୁ ଯୁଦ୍ଧାସ୍ତ୍ର କିଣିବା ପାଇଁ କହିଥିଲେ । ସୂଚନାଯୋଗ୍ୟ କୌଣସି ବି ସମୟରେ ଯୁଦ୍ଧ ପାଇଁ ଅତି କମରେ ୧୦ ଦିନର ଗୋଳାବାରୁଦ ରଖି ସେନା ପ୍ରସ୍ତୁତ ଥାଆନ୍ତି । ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଆମଦାନୀରେ କଷ୍ଟମ ଡ୍ୟୁଟିକୁ ହଟାଇ ଦିଆଯାଇଥିଲା । ସୁତ୍ର ଅନୁସାରେ ଏହାଦ୍ୱାରା ସେନାକୁ ବହୁତ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିଥିଲା । ଦେଶରେ ତିଆରି ହେଉଥିବା ଅସ୍ତ୍ରଶସ୍ତ୍ରର ବ୍ୟବହାର ବଢ଼ୁ ବୋଲି ଏପରି ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ସରକାର ।

ସୂଚନାଯୋଗ୍ୟ ଏହାପୂର୍ବରୁ ସଂସଦରେ ସିଏଜିର ରିପୋର୍ଟ ଅନୁସାରେ ସୂଚନା ଦିଆଯାଇଥିଲା ଯୁଦ୍ଧ ପରିସ୍ଥିତିରେ ସେନା ପାଖରେ ମାତ୍ର ୧୦ ଦିନରେ ଗୋଳାବାରୁଦ ମହଜୁଦ ଅଛି । ସିଏଜି ରିିପୋର୍ଟରେ ଅନୁସାରେ ପାଖାପାଖି ୧୫୨ ପ୍ରକାରର ଗୋଳାବାରୁଦ ମଧ୍ୟରୁ ମାତ୍ର ୨୦ ପ୍ରତିଶତ ଅର୍ଥାତ ୩୧ ପ୍ରକାରର ହିଁ ଗୋଳାବାରୁଦ ସେନା ପାଖରେ ଗଚ୍ଛିତ ଅଛି । ଅନ୍ୟପଟେ ଭାରତ ସେନା ପାଖରେ ଅନ୍ୟ ୬୧ ପ୍ରକାର ଗୋଳା ବାରୁଦ ଗଚ୍ଛିତ ନାହିଁ ।

ତେବେ ଏଇଠି ପ୍ରଶ୍ନ ଉଠୁଛି ଯଦି ଯୁଦ୍ଧ ହୁଏ, ଭାରତ କରିବ କ’ଣ । କାରଣ ଯୁଦ୍ଧ ପାଇଁ ଭାରତ ସେନା ପାଖରେ ଅତି କମରେ ଏତିକି ଯୁଦ୍ଧାସ୍ତ୍ର ରହିବା ଦରକାର, ଯାହାଦ୍ୱାରା ଯୁଦ୍ଧ ହେଲେ ଭାରତ ଯେପରି ୨୦ ଦିନ ପାଇଁ ପ୍ରସ୍ତୁତ ରହିବ । ଏହାପୂର୍ବରୁ ପାଖାପାଖି ୪୦ ଦିନ ପାଇଁ ଗୋଳା ବାରୁଦ ରଖୁଥିିଲା ଭାରତୀୟ ସେନା । ଯାହା ୧୯୯୯ରେ କମାଇ ଦିଆଯାଇଥିଲା । ଏପରି ସ୍ଥଳେ ସିଏଜି ଦେଇଥିବା ରିପୋର୍ଟ ଚିନ୍ତା ସୃଷ୍ଟି କରିଛି ।