କରୋନାରେ ସଂକ୍ରମିତ ହେଲା ହରିଣ । ଆମେରିକାରୁ ଆସିଲା ପ୍ରଥମ ରିପୋର୍ଟ ।

125

କନକ ବ୍ୟୁରୋ : ହରିଣଙ୍କ ଦେହରେ କରୋନା । ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ପଶୁପକ୍ଷୀଙ୍କ ଦେହରେ ମଧ୍ୟ ଏହି ଭୁତାଣୁ ଦେଖାଦେଲାଣି । ତେବେ ୟୁଏସ ରିପୋର୍ଟ ମୁତାବିକ ହରିଣ ଦେହରେ ଏହି ଭୁତାଣୁ ଦେଖାଯାଇଛି ।

ୟୁଏସ ସରକାରଙ୍କ ପକ୍ଷରୁ କୁହାଯାଇଛି କି, ଏହା ବିଶ୍ୱରେ ପ୍ରଥମ ମାମଲା । ଆମେରିକାର ଓହିଓ ରାଜ୍ୟରେ ଏକ ଧଳା ଲାଞ୍ଜ ଯୁକ୍ତ ବଣୁଆ ହରିଣ ଦେହରେ ଏହି ଭୁତାଣୁ ଦେଖାଯାଇଥିବା ୟୁଏସ ଡ଼ିପାର୍ଟମେଣ୍ଟ ଅଫ୍ ଏଗ୍ରିକଲଚର ପକ୍ଷରୁ କୁହାଯାଇଛି । ତେବେ ହରିଣଙ୍କ ଦେହରେ ଏହି ଭୁତାଣୁ କ’ଣ ପ୍ରଭାବ ପକାଇବ ତାହା ଜଣାପଡ଼ିନାହିଁ । ଏହା ଲୋକଙ୍କ ଉପରେ ଏବଂ ପରିବେଶ ଓ ଅନ୍ୟ ଜୀବ ଜନ୍ତୁଙ୍କ ଉପରେ ପ୍ରଭାବ ପକାଇବା ନେଇ ଆଶଙ୍କା କରାଯାଇଛି ।