ଦୀପିକାଙ୍କ ପ୍ରଂଶସାରେ ଶତମୁଖ ଧକ୍ ଧକ୍ ଗର୍ଲ ମାଧୁରୀ !

37

କିଛିଦିନ ପୂର୍ବରୁ ରିଲିଜ ହୋଇଯାଇଛି ପଦ୍ମାବତୀ ସିନେମାର ଗୀତ ‘ଘୁମର’ । ଯାହା ଦର୍ଶକ ବହୁତ ପସନ୍ଦ କରିଛନ୍ତି । ୟୁଟୁବରେ ଏହି ଗୀତକୁ ୨୩ ମିଲିୟନ ଦର୍ଶକ ଦେଖିସାରିଛନ୍ତି । ଏହି ଗୀତରେ ଦୀପିକାଙ୍କ ଅନ୍ଦାଜକୁ ଦର୍ଶକ ମଧ୍ୟ ଖୁବ ପସନ୍ଦ କରିଛନ୍ତି । ଧକ୍ ଧକ୍ ଗର୍ଲ ମଧ୍ୟ ଦୀପିକାଙ୍କ ପ୍ରଶଂସାରେ ଶତମୁଖ । ମରାଠୀ ସମାରୋହରେ ଦୀପିକାଙ୍କ ପ୍ରଂଶାସା କରିଛନ୍ତି ମାଧୁରୀ ଦିକ୍ଷିତ । ସେ କହିଛନ୍ତି ସିନେମାରେ ଦୀପିକାଙ୍କ ଲୁକ ମତେ ମହୁତ ପସନ୍ଦ ଆସିଛି ।

ଘୁମର ଗୀତରେ ଦୀପିକା ମଧ୍ୟ ବହୁତ ଭଲ ଡାନ୍ସ କରିଛନ୍ତି । ମାଧୁରୀ କହିଛନ୍ତି କି ପ୍ରତ୍ୟେକ ସିନେମା ଦୀପିକାଙ୍କୁ ଦର୍ଶକ ଅଲଗା ଅନ୍ଦାଜରେ ଦେଖିବାକୁ ପାଉଛନ୍ତି । ଯାହା ତାଙ୍କ କ୍ୟାରିୟର ପାଇଁ ଭଲ ସଂକେତ । ମାଧୁରୀ ସମାରୋହରେ କହିଛନ୍ତି ସଂଜୟ ଲୀଲା ଭନସାଲୀଙ୍କ ସହିତ କାମ କରିବା ଦୀପିକାଙ୍କ ପାଇଁ ଭାଗ୍ୟର କଥା । ଗୋଟେ ନାହିଁ ତିନି ତିନୋଟି ସିନେମାରେ ଦୀପିକାଙ୍କ ଦେଖିବାକୁ ମିଳିଛି । ଏବଂ ଦୀପିକା ମଧ୍ୟ ତାଙ୍କ ଚରିତ୍ରକୁ ବେଶ ନିକ୍ଷୁଣ ଭାବେ ପରିବେଶଣ କରିଛନ୍ତି । ଯାହା ପାଇଁ ଦର୍ଶକ ତାଙ୍କ ଦିୱାନା ପାଲଟିଛନ୍ତି ।