ସୁପର୍ଷ୍ଟାର୍ ଶାହାରୁଖ ଖାନଙ୍କ ନାମ ପୂର୍ବରୁ ବିନା କାରଣରେ କିଙ୍ଗ୍ ଲାଗି ଯାଇଛି ବୋଲି ଭାବୁଛନ୍ତି କି? ଆଦୌ ନୁହେଁ, ତାଙ୍କ ବ୍ୟକ୍ତିତ୍ୱ ହିଁ ସେପରି। ଯେଉଁଥିପାଇଁ ଦୁନିଆ ତାଙ୍କୁ ଶାହାରୁଖ ଭାବେ କମ୍ କିଙ୍ଗ୍ ଖାନ ଭାବେ ବେଶି ଚିହ୍ନେ। ଆପଣ ଯଦି କିଙ୍ଗ୍ ଖାନ୍ଙ୍କ ଫ୍ୟାନ୍ ହୋଇଥିବେ
ତେବେ କହିବା ଜରୁରୀ ନୁହେଁ ଯେ ସେ ମହିଳାମାନଙ୍କୁ କେତେ ସମ୍ମାନ ଦିଅନ୍ତିି। କେବଳ ଜଣେ ଭଲ ପତି, ପିତା ନୁହଁନ୍ତି ବରଂ ଜଣେ ଭଲ ବନ୍ଧୁ, ସହ-ଅଭିନେତା ଭାବେ ସେ ତାଙ୍କ ଚାରିପାଖର ମହିଳାଙ୍କୁ ସହଜ ଅନୁଭବ କରାଇବାରେ ଓସ୍ତାତ। ତେବେ, ଦେଖନ୍ତୁ କିଭଳି ଭାବେ କିଙ୍ଗ୍ଖାନ୍ ଅଭିନେତ୍ରୀ ଦୀପିକାଙ୍କ ଲୁହ ପୋଛି ତାଙ୍କୁ ସମବେଦନା ଦେଉଛନ୍ତି।
‘ବାତେଁ ଉଇଥ୍ ବାଦଶାହା’ ପ୍ରୋଗ୍ରାମ ଚାଲିଥିବା ସମୟରେ ଶାହାରୁଖ ଦୀପିକାଙ୍କ ମାଆ ଦେଇଥିବା ଚିଠିଟିକୁ ଖୋଲି ପଢ଼ିଥିଲେ। ଶାହାରୁଖ ଚିଠି ପଢୁଥିବା ବେଳେ କାନ୍ଦି ପକାଇଥିଲେ ଦୀପିକା। ଦୀପିକାଙ୍କ କାନ୍ଦ ଦେଖି ନିଜ ସିଟ୍ ଉପରୁ ଉଠି ଦୀପିକାଙ୍କ ପାଖକୁ ଯାଇଥିଲେ ଶାହାରୁଖ। ପୋଛି ଦେଇଥିଲେ ତାଙ୍କ ଆଖିରୁ ଲୁହ। ଶାହାରୁଖଙ୍କ ଯତ୍ନ ଦେଖିବା ପରେ ହସି ପକାଇଥିଲେ ଦୀପିକା ପାଦୁକୋନ।
ଚିଠିଟିରେ ଦୀପିକାଙ୍କ ମାଆ ଦୀପିକାଙ୍କୁ ତାଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ। ସେ ନିଜ ଝିଅକୁ ନେଇ ବହୁ ଗର୍ବ ଅନୁଭବ କରନ୍ତି ବୋଲି ମଧ୍ୟ ଲେଖିଥିଲେ। ଦୀପିକା ଯେଉଁଭଳି ଭାବେ ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଭାରସାମ୍ୟ ରକ୍ଷା କରି ପାରିଛନ୍ତି ସେଥିନେଇ ଝିଅର ଖୁବ୍ ପ୍ରଶଂସା କରିଥିଲେ ମାଆ ଉଜ୍ଜାଲା ପାଦୁକୋନ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/11/dp-srk.jpg)