ବନ୍ଦ ହେବ ହୀରାକୁଦର ୬ଟି ଗେଟ୍ : ଅପରାହ୍ଣ ୩ଟା ପରେ ନିଆଯିବ ନିଷ୍ପତ୍ତି; ଏସଆରସିଙ୍କ ସୂଚନା

66

କନକ ବ୍ୟୁରୋ : ଗତକାଲିଠୁ ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇ ନାହିଁ । ମହାନଦୀକୁ ୪ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ୬ ଲକ୍ଷ ୭୪ ହଜାର ନିଷ୍କାସନ ହେଉଛି । ବର୍ତ୍ତମାନ ୬୨୪.୪୩ ଫୁଟ ରହିଛି ହୀରାକୁଦର ଜଳସ୍ତର । ଆଗକୁ ବର୍ଷା ଆସୁଥିବାରୁ ହୀରାକୁଦର ଜଳସ୍ତର ୬୨୨ରେ ରଖିବାକୁ ଚେଷ୍ଟା କରାଯିବ । ଆଜି ଦିନ ୩ଟା ପରେ ହୀରାକୁଦର କିଛି ଗେଟ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯିବ । ପ୍ରାଥମିକ ପର୍ଯ୍ୟାୟରେ ୬ଟି ଗେଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯିବ ।

ସେପଟେ, ମୁଣ୍ଡୁଳୀରେ ଜଳସ୍ତର କମିଥିଲା । ବର୍ତ୍ତମାନ ୧୦ ଲକ୍ଷ ୨୬ ହଜାର କୁସେକ ଜଳ ଅତିକ୍ରମ କରୁଛି । ଯାହା ଆଶା ଥିଲା ଯେ ୧୦ ଲକ୍ଷ ତଳକୁ ଆସିବ ବୋଲି ତାହା ଆସିନାହିଁ । କେବଳ କଣାସକୁ ଛାଡିଦେଲେ ବାକି ସବୁ ଅଞ୍ଚଳରେ ପାଣି କମିବା ଆରମ୍ଭ କରିଛି । ଗତକାଲିଠୁ କୌଣସି ଆଉ ନୂଆ ଘାଇ ହୋଇନାହିଁ । କେବଳ ମହାନଦୀ ସିଷ୍ଟମରେ ମୋଟ ୭ଟି ଘାଇ ହୋଇଛି ।

ଲଘୁଚାପ କାରଣରୁ ୧୮ ରୁ ୨୦ ଯେଉଁ ବର୍ଷା ହେବାର ରହିଛି । ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଲଘୁଚାପଟି ଅବପାତର ରୂପ ନେଇପାରେ । ପୂର୍ବ ଅବପାତ ଯେଉଁ ପାଥରେ ଯାଇଥିଲା ସେହି ଅଞ୍ଚଳ ଦେଇ ଏହି ଅବପାତ ଯିବ । ଏହି ସବୁ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରାଯାଉଛି । ମହାନଦୀର ଉପର ମୁଣ୍ଡରେ ସର୍ବାଧିକ ୫୦ ମିମି ବର୍ଷା ହେବାର ନେଇ ଆକଳନ କରାଯାଉଛି । ଯଦି ସେତିକି ବର୍ଷା ହୁଏ ତେବେ ୫ ଲକ୍ଷ ରୁ ୫.୫୦ ଲକ୍ଷ ପର୍ଯ୍ୟନ୍ତ ପାଣି ମହାନଦୀକୁ ଆସିବ ।

ଯାହାକୁ ଆମେ ମୁଣ୍ଡଳୀ ରେ ଏହି ଫ୍ଲୋ ୭ ରୁ ୮ ଲକ୍ଷ କ୍ୟୁସେକ ଭିତରେ ରଖିବାକୁ ଚେଷ୍ଟା କରାଯିବ । ତେବେ ଏହି ବର୍ଷା ଦ୍ୱାରା ମହାନଦୀ ସିଷ୍ଟମରେ ସେପରି ମେଜର ଅସୁବିଧା ଆସିବ ନାହିଁ । ଉତ୍ତର ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ଥିବାରୁ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ ଓ ଯାଜପୁରକୁ ସତର୍କ କରାଯାଇଛି । ବର୍ତ୍ତମାନ ସୁଦ୍ଧା ବନ୍ୟାରେ କେବଳ ଗୋଟିଏ ନିଖୋଜ ରିପୋର୍ଟ ଆସିଛି । ଗଣମାଧ୍ୟମ ଜରିଆରେ ଆଉ ଗୋଟେ ବି ନିଖୋଜ ଖବର ଆସୁଛି । ସେଠି ବି ଅନୁଧ୍ୟାନ କରିବା ନିର୍ଦ୍ଦେଶ ଦିଆଯାଇଛି । ମୋଟ ଦୁଇ ଜଣ ନିଖୋଜ ଥିବା ଖବର ଆସୁଛି । ଯେମିତି ଅଧିକ ଜୀବନ ହାନି ନ ହେବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ।