ପିକନିକ୍ ଋତୁରେ ଡେବ୍ରିଗଡ ଅଭୟାରଣ୍ୟରେ ଜମୁଛି ଭିଡ : ନୌକା ବିହାର ସାଙ୍ଗକୁ ଜଙ୍ଗଲୀ ଜନ୍ତୁକୁ ଦେଖିବାର ମଜା ନେଉଛନ୍ତି ପର୍ଯ୍ୟଟକ

139

କନକ ବ୍ୟୁରୋ : ପିକନିକ୍ ଋତୁରେ ଡେବ୍ରିଗଡ ଅଭୟାରଣ୍ୟରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ହୀରାକୁଦ ଜଳଭଣ୍ଡାରରେ ନୌକା ବିହାର ସାଙ୍ଗକୁ ଜଙ୍ଗଲୀ ଜନ୍ତୁକୁ ଦେଖିବାର ମଜା ନେଉଛନ୍ତି ପର୍ଯ୍ୟଟକ । ଏହାସହ ପର୍ଯ୍ୟଟକମାନଙ୍କୁ ଅଭୟାରଣ୍ୟ ଭିତରେ ସବୁ ସୁବିଧା ଯୋଗାଇ ଦେବାକୁ ପ୍ରାଧାନ୍ୟ ଦେଉଛି ବନ୍ୟପ୍ରାଣୀ ବିଭାଗ ।

ସମ୍ବଲପୁର ହୀରାକୁଦ ବିସ୍ତୀଣ୍ଣ ଜଳଭଣ୍ଡାରକୁ ଲାଗି ରହିଛି ଡେବ୍ରିଗଡ ଅଭୟାରଣ୍ୟ । ଏହି ଅଭୟାରଣ୍ୟଟି ସମ୍ବଲପୁର ଓ ବରଗଡ ଜିଲ୍ଲା ମଧ୍ୟରେ ଅବସ୍ଥିତ । ଡେବ୍ରିଗଡ ଅଭୟାରଣ୍ୟ ବିଭିନ୍ନ ବନ୍ୟଜନ୍ତ,ୁ ନୀଳଗା. ବିଭିନ୍ନ ପ୍ରଜାତିର ପଶୁଙ୍କୁ ନେଇ ବେଶ ପରିଚିତ । ବର୍ତ୍ତମାନ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି ଡେବ୍ରିଗଡ ଅଭୟାରଣ୍ୟକୁ । ପ୍ରଥମେ ପର୍ଯ୍ୟଟକମାନେ ବୋଟିଂର ମଜା ନେବା ପାଇଁ ହୀରାକୁଦ ଜଳଭଣ୍ଡାର ବିସ୍ତୀଣ୍ଣ ଜଳରାଶିରେ ବୋଟିଂ କରିବା ସମୟରେ ଦେଖିପାରୁଛନ୍ତି ବିଦେଶୀ ପକ୍ଷୀ । ଯାହା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଛି । ତାପରେ ପର୍ଯ୍ୟଟକମାନେ ଜଙ୍ଗଲ ସଫାରୀରେ ଜଙ୍ଗଲ ମଧ୍ୟକୁ ପ୍ରବେଶ କରି ବନ୍ୟଜନ୍ତୁ ଦେଖିବାର ମଜା ଉଠାଉଛନ୍ତି ।

କେବଳ ଯେ ଡେବ୍ରିଗଡ ଅଭୟାରଣ୍ୟରେ ବୁଲି ମଜା ନେଇ ହେବ ତା ନୁହେଁ । ଡେବ୍ରିଗଡ ଅଭୟାରଣ୍ୟ ମଧ୍ୟରେ ଥିବା କ୍ୱାଟର ଗୁଡିକରେ ରାତ୍ରୀଯାପନ କରି ତାର ମଧ୍ୟ ଆନନ୍ଦ ନେଇପାରିବେ ପର୍ଯ୍ୟଟକ । ଡେବ୍ରିଗଡ ଅଭୟାରଣ୍ୟକୁ ଆସିବାକୁ ହେଲେ ଭୁବନେଶ୍ୱର ରାଜଧାନୀରୁ ବସ ଯୋଗେ କିମ୍ବା ଟ୍ରେନ ମାଧ୍ୟମରେ ସମ୍ବଲପୁର ଆସିବାକୁ ପଡିବ । ସମ୍ବଲପୁରରୁ ବ୍ରୁ୍ଲା ଦେଇ ଆପଣ ଯାଇପାରିବେ ଡେବ୍ରିଗଡ ଅଭୟାରଣ୍ୟକୁ । ଯଦି ଆକାଶ ମାର୍ଗରେ ଆସିବେ ଝାରସୁଗୁଡା ଏୟାରପୋର୍ଟରେ ଓହ୍ଲାଇଲା ପରେ ସେଠୁ ସମ୍ବଲପୁର ଆସି ଡେବ୍ରିଗଡ ଯାଇପାରିବେ । ପର୍ଯ୍ୟଟକମାନେ ଯେପରି ହଇରାଣ ନହୁଅନ୍ତି, ସେଥିପ୍ରତି ସଜାଗ ରହିଛି ବନ୍ୟପ୍ରାଣି ବିଭାଗ । ଏସବୁ ସୁବିଧା ତଥା କଟେଜ୍ ବ୍ୟବସ୍ଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଭିଡ ଜମୁଛି ।