ଭର୍ତ୍ତୃହରିଙ୍କ ବୟାନକୁ ନେଇ ବର୍ଷିଲେ ଦେବାଶିଷ । କହିଲେ, ବସ ଟର୍ମିନାଲ କଟକବାସୀଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରିବ, ଏମିତି କହିବା ଆଦୌ ଠିକ୍ ନୁହେଁ ।

129

କନକ ବ୍ୟୁରୋ : କଟକ ବସ ଟର୍ମିନାଲକୁ ନେଇ କଟକ ସାଂସଦ ଭର୍ତୃହରି ମହତାବ ଦେଇଥିବା ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଗତକାଲି ନେତାଜୀ ବସ ଟର୍ମିନାଲ ପ୍ରକଳ୍ପ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସାଂସଦ । ଏହା ଉପରେ ପ୍ରତିକ୍ରିୟା ରଖି ଦେବାଶିଷ କହିଛନ୍ତି, ଭର୍ତୃହରି ଏମିିତି କହିବା ଠିକ ହୋଇନାହିଁ । ବିଜେଡି ପାଇଁ ସେ ସାଂସଦ ହୋଇଛନ୍ତି , ଏ କଥା ସେ ଭୁଲିଯିବା ଅନୁଚିତ । ଶିଳାନ୍ୟାସ ଦିନ ସ୍ଥାନୀୟ ସାଂସଦ ଭାବେ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏଭଳି କହି ସାଂସଦ ଶୃଙ୍ଖଳା ଭଙ୍ଗ କରୁଛନ୍ତି । ଏହି ବସ ଟର୍ମିନାଲ କଟକବାସୀଙ୍କ ପାଇଁ ଅନେକ ସୁବିଧା ସୁଯୋଗ ସୃଷ୍ଟି କରିବ ।

ଏହାପୂର୍ବରୁ ଗତକାଲି ପ୍ରସ୍ତାବିତ ବସ୍ ଟର୍ମିନାଲ ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ କଟକ ସାଂସଦ । ଭର୍ତ୍ତୃହରି କହିଥିଲେ, ଆଲୋଚନା ବିନା ବସ୍ ଟର୍ମିନାଲ ନିର୍ମାଣ କରାଯାଉଛି । କିନ୍ତୁ ଏ ବାବଦରେ ମୁଁ ଅବଗତ ନାହିଁ । ବସ ଟର୍ମିନାଲ ନିର୍ମାଣ କରିବା ପୂର୍ବରୁ ଆଲୋଚନା କରିବାର ଆବଶ୍ୟକତା ଥିଲା । ଗୁଗୁଲ ମ୍ୟାପରୁ ଜମି ଚିହ୍ନଟ କରାଯାଇଛି କିନ୍ତୁ ଏଥିରେ ଅନେକ ସମସ୍ୟା ରହିଛି । କାରଣ ପ୍ରସ୍ତାବିତ ଅଞ୍ଚଳରେ ଅନେକ ସରକାରୀ ଓ ବେସରକାରୀ ଜମି ରହିଛି ବୋଲି କହି ଅସନ୍ତୋଷ ବ୍ୟକ୍ତ କରିଥିଲେ ଭର୍ତ୍ତୃହରି । ଆଉ ଆଜି ଭର୍ତ୍ତୃହରିଙ୍କ ବୟାନର ଜବାବ ରଖିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ।