ପୁଣି ଚେନ୍ନାଇ ଏୟାରଲିପ୍ଟ ହେବେ ଆଉ ଜଣେ କରୋନା ଆକ୍ରାନ୍ତ : ଭୁବନେଶ୍ୱରରେ ଏକମୋ ଚିକିତ୍ସାରେ ଅଛନ୍ତି ୩୯ ବର୍ଷିୟ ଦେବକାନ୍ତ ପ୍ରଧାନ

266

କନକ ବ୍ୟୁରୋ : ଚେନ୍ନାଇକୁ ଏୟାରଲିଫ୍ଟ ହେବେ ପୁଣିଜଣେ କରୋନା ଆକ୍ରାନ୍ତ । ଢେଙ୍କାନାଳ ଜିଲ୍ଲା ରଞ୍ଜାଗୋଳ ଗାଁର ଦେବକାନ୍ତ ପ୍ରଧାନଙ୍କ ଏବେ ଭୁବନେଶ୍ୱର ସମ ଅଲ୍ଟିମେଟରେ ଏକମୋ ଚିକିତ୍ସା ଚାଲିଛି । ଦେବକାନ୍ତଙ୍କ ଚିକିତ୍ସା ପାଇଁ ପରିବାର ଲୋକ ୩୦ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି । ତଥାପି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ହାତ ଟେକି ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଦେବକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଚେନ୍ନାଇର ଏମଜିଏମ ମେଡିକାଲକୁ ନେବାପାଇଁ ଯୋଜନା କରିଛନ୍ତି ପରିବାର ଲୋକ ।

ଏଥିପାଇଁ ଆଜି ଦିନ ୧୨ଟାରେ ତାଙ୍କୁ ଏୟାରଲିଫ୍ଟ କରି ନିଆଯିବ । ହେଲେ ଚେନ୍ନାଇରେ ଦିନକୁ ଖର୍ଚ୍ଚ ହେବ ପ୍ରାୟ ଅଢେଇ ଲକ୍ଷ ଟଙ୍କା । ତେଣୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛନ୍ତି ଦେବକାନ୍ତଙ୍କ ପତ୍ନୀ ସୌମ୍ୟ ସୌମିତ୍ରି ପ୍ରଧାନ । ଦେବକାନ୍ତଙ୍କୁ ଆର୍ଥିକ ସହାୟତା କରିବାକୁ ଚାହୁଁଥିବା ବ୍ୟକ୍ତି ସୋଭନଜିତ ବିଶ୍ୱାଳଙ୍କ ଗୁଗୁଲ ପେ’ ନମ୍ବର – ୮୩୩୮୦୧୮୦୬୬ରେ ସହାୟତା କରିପାରିବେ । ସେହିପରି ମିଲାପ ଫାଉଣ୍ଡେସନ ଜରିଆରେ ମଧ୍ୟ ପାଣ୍ଠି ସଂଗ୍ରହ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ପରିବାର ଲୋକ ।