ବାଇକ୍ ଥୋଇଲେ, ମୋବାଇଲ ଥୋଇଲେ ବ୍ରିଜ ତଳକୁ ଡେଇଁ ପଡିଲେ: ପୁଣି କାଠଯୋଡିକୁ ଡେଇଁ ଯୁବକ ନିଖୋଜ

8,366

କନକ ବ୍ୟୁରୋ: ପୁଣି କାଠଯୋଡିକୁ ଡେଇଁଲେ ଯୁବକ । ବାରଙ୍ଗ ତ୍ରିଶୂଳିଆ ବ୍ରିଜ ଉପରୁ କାଠେଯାଡିକୁ ଡେଇଁ ପଡିଲେ । ଗାଡି ଓ ମୋବାଇଲ ଛାଡି ଯୁବକ ଜଣଙ୍କ ନଦୀକୁ ଡେଇଁ ପଡିଥିବା ସୂଚନା । ତେବେ ନିଖୋଜ ଯୁବକଙ୍କ ନାଁ ଦେବବ୍ରତ ମାଝୀ ହୋଇଥିବା ଜଣାପଡିଥିବା ବେଳେ ତାଙ୍କ ଘର ଗାଢକଣା ଅଞ୍ଚଳର । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।

ତେବେ ଖବର ପାଇ ଯୁବକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଆଉ ପୁଅର ବାଇକକୁ ଚିହ୍ନଟ କରିଛନ୍ତି । ତେବେ ଯୁବକ ଜଣଙ୍କ କିଛି ଦିନ ହେବ ମାନସିକ ଚାପରେ ରହିଥିଲେ ଆଉ ସେଥିପାଇଁ ଏଭଳି କରିଥାଇ ପାରନ୍ତି ବୋଲି ଦେବବ୍ରତଙ୍କ ବାପା କହିଛନ୍ତି ।

ତେବେ କିିଛି ଦିନ ତଳେ କାଠଯୋଡିକୁ ଡେଇଁଥିଲେ ନିଆଳିର ଦେବବ୍ରତ ମହାପାତ୍ର । ପତ୍ନୀଙ୍କ ସହ ଝଗଡା ପରେ ଗାଡି ଥୋଇ ଡେଇଁ ପଡିଥିଲେ ଦେବବ୍ରତ । ତେବେ ଆଜି ପୁଣି ତ୍ରିଶୂଳିଆ ବ୍ରିଜରୁ କାଠଯୋଡି ନଦୀକୁ ଗାଢକଣାର ଦେବବ୍ରତ ଡେଇଁବା ପରେ ଚାଞ୍ଚଲ୍ୟ ଖେଳିଯାଇଛି ।