କନକ ବ୍ୟୁରୋ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବୟସ୍କା ହାତୀ ପ୍ରେମାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଜୁଲାଇ ମାସରୁ ପ୍ରେମା ଅସୁସ୍ଥ ହୋଇଥିଲା । ସେ ଗତ କାଲିଠାରୁ ହାତୀ ଶାଳର ଚଟାଣରେ ଶୋଇ ରହୁଥିଲା। ଗୋଡ ଲଗାଇ ଉଠି ଛିଡା ହୋଇ ପାରୁନଥିଲା। ଶେଷରେ ଆଖି ବୁଜିଦେଇଛି ପ୍ରେମା । ହାତୀ ପ୍ରେମାର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୩ ହାତୀ ରହିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ପ୍ରେମା ଗତ ଜୁଲାଇ ମାସରୁ ଅସୁସ୍ଥ ହୋଇଥିଲା । ତା ଆଗ ପାଖ ବାମ ଗୋଡ ପାଦର ନଖ ଫୁଲି ପୂଜ ଦେବାରୁ ତାକୁ ଚିକିତ୍ସା କରାଯାଉଥିଲା। ପରେ ବୈଷୟିକ କମିଟି ଓ ସ୍ଵାସ୍ଥ୍ୟ କମିଟିର ମିଳିତ ସ୍ୱାସ୍ଥ୍ୟ ପରୀକ୍ଷା ପରାମର୍ଶକ୍ରମେ ହୋଇଥିବା ଏକ ଛୋଟ ଫଙ୍ଗସ ଟ୍ୟୁମରକୁ ସେହି ମାସ ୨୩ ତାରିଖରେ ଅସ୍ତ୍ରୋପଚାର କରାଯାଇଥିଲା । ଗତ ୨୦୧୫ ମସିହାରେ ୨୧ ବର୍ଷ ବୟସ ହୋଇଥିବା ଅବସ୍ଥାରେ ଭନ୍ଦାଲୁରୁରୁ ପ୍ରେମାକୁ ନନ୍ଦନକାନନକୁ ଅଣାଯାଇଥିଲା। ପ୍ରେମାର ମୃତ୍ୟୁ ଫଳରେ ନନ୍ଦନକାନନର ହାତୀ ସଂଖ୍ୟା ୩କୁ ହ୍ରାସ ପାଇଛି। ଏବେ ବାସନ୍ତୀ , ହୀରା ଓ ମାମା କେବଳ ରହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/7-27.jpg)