ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କର ମୃତ୍ୟୁ । ୧୯୮୬ରେ ଭାରତ ବିରୋଧରେ ଖେଳିଥିଲେ ୨୧୦ ରନର ଶାନଦାର୍ ପାଳି ।

1,336

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ ଖେଳାଳୀ ଡିନ୍ ଜୋନ୍ସଙ୍କର ୫୯ ବର୍ଷ ବୟସରେ ମୃତ୍ୟୁ ହୋଇଛି । ମୁମ୍ବାଇରେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଛି । କହିରଖୁ କି ଆଇପିଏଲ ସମୟରେ ଡିନ୍ ଜୋନ୍ସ ମୁମ୍ବାଇରେ ରହୁଥିଲେ । ସାଂପ୍ରତିକ ସମୟରେ ସେ ସୋସିଆଲ ମିଡିଆରେ ବି ବହୁତ ସକ୍ରିୟ ଥିଲେ । ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି ।

ସୂଚନା ଥାଉକି ଡିନ୍ ଜୋନ୍ସ ଅଷ୍ଟ୍ରେଲିଆର ସର୍ବୋତ୍ତମ କ୍ରିକେଟର ତଥା ରେଡ ଫିଲ୍ଡର ଭାବେ ଗଣିତ ହୋଇଥିଲେ । ସେ ତାଙ୍କ ଅର୍ନ୍ତଜାତୀୟ କ୍ୟାରିଅରରେ ୫୨ ଟି ଟେଷ୍ଟ ଓ ୧୬୪ ଟି ଦିନିକିଆ ମ୍ୟାଚ୍ ରେ ଅଷ୍ଟ୍ରଲିଆକୁ ପ୍ରତିନିଧିତ୍ୱ କରିଥିଲେ । ଟେଷ୍ଟରେ ଡିନ୍ ଜୋନ୍ସ ସର୍ବାଧିକ ୨୧୬ ରନ୍ କରିଥିଲେ । ଯାହାକି ୧୯୮୬ ମସିହାରେ ଭାରତ ବିରୋଧରେ ସେ ସ୍କୋର କରିଥିଲେ । ଦିନିକିଆରେ ତାଙ୍କର ସର୍ବାଧିକ ସ୍କୋର ଥିଲା ୧୪୫ ରନ୍ ।