କନକ ବ୍ୟୁରୋ: ବାଲେଶ୍ୱର ବାଲିଆପାଳରେ ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ପାଠପଢ଼ା ବେଳେ ପିଲାଙ୍କୁ ମାଡ଼ ମାରିବାରୁ ଛାତ୍ରଙ୍କ ପରିବାର ଲୋକ ଶିକ୍ଷୟିତ୍ରୀଙ୍କୁ ମାରିଲେ ମାଡ ।଼ ଚପଲରେ ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନୂଆଗାଁ ପଂଚାୟତରେ ଶଗଡ଼ାଶୂଳ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିଛନ୍ତି ଜୟନ୍ତୀ ଏବଂ ତାଙ୍କ ପରିବାର । ଏପରିକି ଠେଙ୍ଗାରେ ଆକ୍ରମଣ କରି ତାଙ୍କ ମୁଣ୍ଡ ଫଟାଇଦେଇଛନ୍ତି । ମାଡ଼ ମାରିବା ସହ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି । ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିବା ସହ ତାଙ୍କ ଫୋନ୍ ମଧ୍ୟ ଛଡ଼ାଇ ନେଇଥିଲେ ଜୟନ୍ତୀଙ୍କ ପରିବାର ଲୋକ । ସ୍ଥାନୀୟ ଲୋକ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରିଥିଲେ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଏତଲା ଦେଇଛନ୍ତି ଶିକ୍ଷୟିତ୍ରୀଙ୍କ ସ୍ୱାମୀ ।