ଦୟାନଦୀକୁ ସଫା କରିବେ ସରକାର : ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି

21

କନକ ବ୍ୟୁରୋ :  ଦୟା ନଦୀକୁ ସଫା କରିବେ ସରକାର । ଅନ୍ୟ ନଦୀରୁ ଜଳ ପ୍ରବାହିତ କରାଯାଇ ନଦୀକୁ ପ୍ରଦୂଷଣ ମୁକ୍ତ କରାଯିବ । ଅନ୍ୟ ନଦୀର ଜଳ ସାହାଯ୍ୟରେ ଦୟାର ଦୂଷିତ ଜଳକୁ ନିଷ୍କାସନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ।

ଆଜି ସଚିବାଳୟରେ ଦୟା ନଦୀ ପ୍ରଦୂଷଣ ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଥମେ ଆରଡବ୍ଲୁଏସଏସର ଇଂଜିନିୟର ଇନ୍ ଚିଫଙ୍କ ଦ୍ୱାରା ଏକ ଟିମ ଯାଇ ଦୟା ନଦୀର ଜଳକୁ ତଦାରଖ କରିବା ସହ ୧୫ ଦିନରେ ରିପୋର୍ଟ ପ୍ରଦାନ କରିବ । ପାଣି ଯଦି ପାନୀୟ ଯୋଗ୍ୟ ହୋଇନଥିବ, ତେବେ ଆଖ ପାଖ ଗ୍ରାମରେ ପୋଖରୀ ଖୋଳାଯାଇ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଗଙ୍ଗୁଆ ନାଳ ଦୟା ନଦୀରେ ମିଶିବା ଏବଂ ତିନି ବର୍ଷ ଧରି ନଦୀରେ ବନ୍ୟା ହୋଇ ନଥିବାରୁ ଦୟା ନଦୀ ପ୍ରଦୂଷଣ ହେଉଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି ।