ଆଇପିଏଲ ମହାସମର । ଫାଇନାଲରେ ପ୍ରବେଶ କଲା ନୂଆ ଦଳ ଗୁଜୁରାଟ ଟାଇଟନ୍ସ

148

କନକ ବ୍ୟୁରୋ : ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଲା ନୂଆ ଦଳ ଗୁଜୁରାଟ ଟାଇଟନ୍ସ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜୁରାଟ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟ୍ରେ ପରାସ୍ତ କରି ଫାଇନାଲରେ ପହଞ୍ଚଞ୍ଚିଛି । ଦଳ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ ଡେଭିଡ୍ ମିଲର । ଶେଷ ଓଭରରେ ଦଳକୁ ବିଜୟ ପାଇଁ ୧୬ ରନ୍ ଆବଶ୍ୟକ ହେଉଥିଲା । ବୋଲିଂ କରିବାକୁ ଆସିଥିଲେ ପ୍ରସିଦ୍ଧି କ୍ରିଷ୍ଣା । ଆଉ ବ୍ୟାଟିଂ କରୁଥିଲେ ଡେଭିଡ୍ ମିଲର । ପ୍ରଥମ ତିନିଟି ବଲରେ ଛକ୍କା ମାରି ଦଳକୁ ବିଜୟୀ କରାଇଥିଲେ । ଫଳରେ ତିନିଟି ବଲ ବାକି ଥାଇ ବିଜୟ ହାସଲ କରିଥିଲା ଗୁଜୁରାଟ ଟାଇଟନ୍ସ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ରାଜସ୍ଥାନ ରୟାଲ୍ସ ।

 ବିସ୍ଫୋରକ ବ୍ୟାଟିଂ କରିଥିଲେ ଓପନର ଜୋସ୍ ବଟଲର । ୮୯ ରନର ଇନିଂସ ଖେଳିଥିଲେ ବଟଲର । ଅଧିନାୟକ ସଞ୍ଜୁ ସାମସନ୍ ୪୭ ରନ୍ କରିଥିଲେ । ଦଳ ୬ ୱିକେଟ୍ ହରାଇ ୧୮୮ ରନ୍ କରିଥିଲା । ଜବାବରେ ଗୁଜୁରାଟ ମାତ୍ର ତିନି ୱିକେଟ୍ ହରାଇ ବିଜୟ ଲକ୍ଷ ହାସଲ କରି ନେଇଥିଲା । ଆଜି ଏଲିମିନେଟର ମୁକାବିଲା ହେବ । ପଏଂଟ ତାଲିକାର ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଲକ୍ଷ୍ନୌ ଓ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ଖେଳାଯିବ । ପରାଜିତ ଦଳର ଚଳିତ ଆଇପିଏଲ୍ ଅଭିଯାନ ଶେଷ ହେବ । ସେହିପରି ବିଜୟୀ ଦଳ ଦ୍ୱିତୀୟ କ୍ୱାଲିଫାୟର ଖେଳିବାକୁ ସୁଯୋଗ ପାଇବ ।