ବିଜେପି ପରିବାରର ବୋହୂ ବିଜେଡି ପ୍ରାର୍ଥୀ। ଚର୍ଚ୍ଚାରେ ରମାରଞ୍ଜନ ବଳିୟାର ସିଂଙ୍କ ଭୂମିକା।

414

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନରେ ବିଜେପି ନେତା ରମାରଞ୍ଜନ ବଳିୟାର ସିଂହଙ୍କ ବୋହୂ ତଥା ପଦ୍ମପୁର ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ କଣ କରିବ ବିଜେପି । ଦଳର ଏହି ବରିଷ୍ଠ ନେତାଙ୍କୁ ପୂର୍ବଭଳି ଦାୟିତ୍ୱ ଦେବ ନା ଦୂରେଇ ରଖିବ ସେ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା । ଏହି ଆଲୋଚନା ଭିତରେ ଦଳ ପକ୍ଷରୁ କୁହାଯାଇଛି, ତାଙ୍କର ଦଳ ପ୍ରତି ନିଷ୍ଠା ରହିଛି । ଦଳ ପ୍ରତି ନିଷ୍ଠା ରଖିଥିବା ପ୍ରତିଟି ଲୋକଙ୍କ ଆଗରେ ରଖିବା ଦଳର କର୍ତ୍ତବ୍ୟ । ତେବେ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ପଦ୍ମପୁରରେ ବିଜେପି ଜିତିଲେ ବି ଜିତିବ ବିଜେପି, ହାରିଲେ ବି ଜିତିବ ବିଜେପି ।

ପଦ୍ମପୁର ବିଜେପି ପ୍ରାର୍ଥୀ ସୋମବାର ବିଶାଳ ଶୋଭାଯାତ୍ରା କରି ନାମାଙ୍କନ ଭରିବାକୁ ଯାଇଥିଲେ । ହେଲେ, ବୀମା ରାଶି ପାଇଁ ଚାଷୀ ଆନ୍ଦୋଳନ ଚଳାଇଥିବା ଦେଖି ଶେଷ ମୁହୂର୍ତ୍ତରେ ନିଜ ନିଷ୍ପତିକୁ ବଦଳାଇଥିଲେ । ନାମାଙ୍କନ ନଭରି ଚାଲି ଆସିଥିଲେ । ଯାହାକୁ ନେଇ ପ୍ରଦୀପ ପୁରୋହିତ ଓ ବିଜେପିକୁ ସମାଲୋଚନା କରିଛନ୍ତି ବିରୋଧୀ । ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଡ୍ରାମା କରୁଛନ୍ତି ବିଜେପି ନେତା । କଂଗ୍ରେସ କଟାକ୍ଷ କରି କହିଛି, ନାମାଙ୍କନ ନଭରି ଫେରି ଆସିବା ବିଜେପିର ଚାଲ୍ । ଜ୍ୟୋତିଷ କହିଲେ ଶୁଭବେଳା ଗଡିଯାଇଛି, ତେଣୁ ଫେରି ଆସି ଚାଷୀଙ୍କ ଦ୍ୱାହି ଦେଇଛନ୍ତି ପ୍ରଦୀପ । ଜବାବ ରଖି ବିଜେପି କହିଛି, ଠିକ୍ ନିଷ୍ପତି ନେଇଛନ୍ତି ପ୍ରଦୀପ । ବିଜେପି ଚାଷୀଙ୍କ ସହ ରହିଥିଲା ଆଗାମୀ ଦିନରେ ରହିବ ।

ଏପଟେ ପଦ୍ମପୁର ଉପନିର୍ବାନ ପାଇଁ ବର୍ଷା ସିଂ ବରିହାଙ୍କୁ ଟିକେଟ ଦିଆଯିବା ପରେ ବିଜେବି କଲେଜରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ । ବିଜେବିର ପୂରାତନ ଛାତ୍ରୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ କେକ୍ କାଟି ଉତ୍ସବ ମନାଇଛନ୍ତି ବିଜେବି କଲେଜ ଛାତ୍ରଛାତ୍ରୀ ।