ଫ୍ରାନ୍ସ ଏୟାରବେସରେ ରାଫେଲ ଯୁଦ୍ଧ ବିମାନର ପ୍ରଥମ ଝଲକ । ରାହୁଲଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କଲା ଡାସଲଟ ଏଭିଏସନ

ଅନୀଲ ଅମ୍ବାନୀ କମ୍ପାନୀକୁ ଅପସେଟ ପାର୍ଟନର ଭାବେ ବାଛିଥିଲା ଡାସଲଟ

240

କନକ ବ୍ୟୁରୋ: ରାଫେଲ ଡିଲକୁ ନେଇ ସାରା ଦେଶରେ ରାଜନୀତି ସରଗରମ ରହିଛି । ବିରୋଧୀ ଦଳ ଏହାକୁ ନେଇ ରାଜରାସ୍ତାକୁ ଓହ୍ଳାଇଥିବାବେଲେ ମାମଲା ସୁପ୍ରିମକୋର୍ଟରେ ବି ପଂହଚିଛି । ଏହି ବିମାନକିଣାରେ ବଡ ଘୋଟାଲା ହୋଇଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି । ଆଉ ଏହି ସମୟରେ ରାଫେଲ ବିମାନର ପ୍ରଥମ ଝଲକ ଆସିଛି । ଫ୍ରାନସର ଏୟାରବେସ ଇଷ୍ଟ୍ରି-ଲି-ଟ୍ୟୁବରୁ ଏହାର ପ୍ରଥମ ଝଲକ ଦେଖିବାକୁ ମିଳିଛି । ଭାରତୀୟ ସେନାର ଏହି ରାଫେଲ ବିମାନ ସାମିଲ ହେବାର ପ୍ରସ୍ତାବ ରହିଛି ।

ଏହାପୂର୍ବରୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଫ୍ରାନସର ବିମାନ କମ୍ପାନୀ ଡାଶଲଟ୍ ଏଭିଏସନ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଏହାରି ମଧ୍ୟରେ ଏଭଳି ଅଭିଯୋଗର ଜବାବ ଦେଇଛନ୍ତି ଡାଶଲ୍ଟ ଏଭିଏସନର ସିଓଇ ଏରିକ ଟାମ୍ପିୟର । ସମାଚାର ଏଜେନସୀ ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ସେ ଡିଲର ସମସ୍ତ କଥା କହିଛନ୍ତି ।

ଟାମ୍ପିୟର କହିଛନ୍ତି, ରାହୁଲ ଗାନ୍ଧିଙ୍କ ଅଭିଯୋଗର କୌଣସି ଆଧାର ନାହିଁ । ରାଫେଲ ଡିଲ ନେଇ ଡାଶଲଟ ଏଭିଏସନ ଓ ରିଲାଏନଓ ମଧ୍ୟରେ ହୋଇଥିବା ଜଂଏଟ ଭେଂଚର ସମ୍ପର୍କରେ ରାହୁଲ ମିଛ କହିଛନ୍ତି । ଡିଲ ନେଇ ଯେଉଁ ତଥ୍ୟ ଦିଆଯାଇଛି ତାହା ସତା ସେ କେବେ ମିଛ କହନ୍ତି ନାହିଁ । ଭାରତରେ ଆମର ଡିଲ କୌଣସି ଦଳ ସହ ନୁହେଁ, ବରଂ ଦେଶ ସହ ହୋଇଛି ।

ଅନୀଲ ଅମ୍ବାନୀଙ୍କୁ ଅପସେଟ ପାର୍ଟନର ଭାବେ ବାଛିଥିଲା ଡାଶଲଟ୍ । ଏହି ଜଏଂଟ ଭେଂଚରରେ ରିଲାଏନର ଟଙ୍କା ଲାଗିଛି । ଏଥିରେ ରିଲାଏନସର ୫୧ ପ୍ରତିଶତ ଅଂଶଧନ ଥିବାବେଳେ ଡାଶଲଟର ୪୯ ପ୍ରତିଶତ ଅଂଶ ଧନ ରହିଛି । ଏଥିରେ ୮ ଶହ କୋଟି ଟଙ୍କା ଖର୍ଚ୍ଚ ହେବ ।