ଜଙ୍ଗଲ ଭିତରେ କୁମ୍ବିଂ ବେଳେ କେଉଁ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ଯବାନ : ଭାଇରାଲ ହେଲା ଭରାନଈରେ ଯବାନଙ୍କ ଦୁଃସାହସିକ ଯାତ୍ରା

152

କନକ ବ୍ୟୁରୋ : କେମିତି ଜଙ୍ଗଲ ଭିତରେ ହୁଏ ମାଓ ବିରୋଧୀ ଅପରେସନ । ନଦୀ ନାଳ ଘେରା ଘଂଚ ଜଙ୍ଗଲ ଭିତରେ କୁମ୍ବିଂ ଅପରେସନ କରିବା ସମୟରେ କେଉଁ ଭଳି ପରିସ୍ଥିତିର ସାମ୍ନା କରନ୍ତି ଯବାନ । ସେ ଝଡବର୍ଷା ହେଉ ବା ନଈବଢି, ସବୁକୁ ପାର୍ କରନ୍ତି । ଲକ୍ଷ୍ୟ ଗୋଟିଏ, ମାଓବାଦୀଙ୍କୁ ଦମନ କରିବେ ଓ ଲୋକଙ୍କୁ ସୁରକ୍ଷା ଦେବେ । ଦାନ୍ତେୱାଡା ଜିଲ୍ଲାର କୁମ୍ବିଂ ଅପରସେନ୍ ବେଳର ଦୃଶ୍ୟ ଏବେ ଭାଇରାଲ ହେଉଛି ।

ଦାନ୍ତେୱାଡାର ମହିଳା ଫାଇଟର ଟିମ ଏବଂ ଡିଆରଜି ଯବାନ ପକ୍ଷରୁ ଏହି କୁମ୍ଭଂ ଅପରସେନ୍ କରାଯାଇଛି । ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି ଏଭଳି ସାହାସିକତାର ପରିଚୟ ଦେଖାଇଛନ୍ତି ଯବାନ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । କୁହାଯାଉଛି ଏହି ଭିଡିଓଟି ୧୦ରୁ ୧୫ ଦିନ ପୁରୁଣା । ଭିଡିଓରେ ଦେଖିପାରୁଛନ୍ତି, ପାଣି ଭିତରେ କେମିତି ଜବାନ ଅନ୍ୟ ଜଣଙ୍କର ସାହାଯ୍ୟରେ ନଦୀ ପାର ହେଉଛନ୍ତି । ତେବେ ନକ୍ସଲ ପ୍ରଭାବିତ ଅଂଚଳରେ ଏଭଳି ସମୟରେ ନକ୍ସଲ ହାମଲାର ବହୁ ଆଶାଙ୍କା ରହିଥାଏ ।