ଆଖି ଖୋସି ହୋଇଗଲା ଭଳି ଦୁର୍ଘଟଣା । ସ୍କୁଲ ଛାତ୍ରଙ୍କୁ ସାମନା ପଟୁ ଧକ୍କା ଦେଲା ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲେ ସ୍କୁଲ ଛାତ୍ର

40

କନକ ବ୍ୟୁରୋ : ଆଖି ଖୋସି ହୋଇଗଲା ଭଳି ଦୁର୍ଘଟଣା । ହେଲେ ଆଖି ପିଛୁଳାକେ ରହିଗଲା ପ୍ରାଣ । ଭଦ୍ରକ ଘଟଣାର ପୁନରାବୃତି ହେଉ ହେଉ ଅଳ୍ପକେ ବର୍ତ୍ତିଗଲେ ଛାତ୍ର । ଅନୁଗୁଳ- ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥରେ ଏକ ଟ୍ୟାଙ୍କର ସାମ୍ନାପଟୁ ଧକ୍କା ଦେଇଛି ଛାତ୍ରଙ୍କୁ । ହେଲେ ଟ୍ୟାଙ୍କରର ବିପରୀତ ଦିଗକୁ ଛିଟକି ପଡିବାରୁ ଅଳ୍ପକେ ବର୍ତ୍ତିଯାଇଛି ଜୀବନ ।

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ମୋଟଙ୍ଗା ହାଇସ୍କୁଲର କିଛି ଛାତ୍ର ସାଇକେଲରେ ସ୍କୁଲ ଗଲାବେଳେ ଆଗରେ ଥିବା ଛାତ୍ରଙ୍କୁ ରାଜପଥ ଉପରେ ସାମ୍ନାପଟୁ ଧକ୍କା ଦେଇଥିଲା ଏକ ଟ୍ୟାଙ୍କର । ପଛରେ ଆସୁଥିବା ଛାତ୍ରଛାତ୍ରୀଙ୍କ ଆଖି ଖୋସି ହୋଇଯାଇଥିବା ବେଳେ ଛାତ୍ର ଜଣକ ସାଇକେଲ୍ ସହ ଛିଟକି ବି ପଡିଥିଲେ । ହେଲେ ଟ୍ୟାଙ୍କର ଆଗ ଚଳାର ଅଳ୍ପ କିଛି ଦୂରକୁ ବିପରିତ ଦିଗରେ ପଡିଯାଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଦୁର୍ଘଟଣା ଘଟାଇ ଟ୍ୟାଙ୍କରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଛାତ୍ରଛାତ୍ରୀମାନେ କିଛି ସମୟ ପାଇଁ ରାସ୍ତା ରୋକ ମଧ୍ୟ କରିଥିଲେ ।ଏହା ପୂର୍ବରୁ ଭଦ୍ରକରେ ଟ୍ରକ୍ ଧକ୍କାରେ ୫ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାକୁ ୧୫ ଦିନ ବିତିନଥିବା ବେଳେ ପୁଣି ଆଉ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ ।