ଫିଲ୍ମି ଫ୍ରାଇଡେରେ ବଡପରଦାକୁ ଆସିଛି ଅମୀର ଖାନଙ୍କ ସିନେମା ‘ଦଙ୍ଗଲ’ । ଅମୀରଙ୍କ ସହ ମୁଖ୍ୟ ଭୂମିକାରେ ସାକ୍ଷୀ ତନୱର, ଫାତିମା ସନା, ସାନ୍ୟା ମଲହୋତ୍ରା, ଜାୟରା ବସିମ, ସୁହାନୀ ଭଟ୍ଟନାଗର ଓ ଅପାରଶକ୍ତି ଖୁରାନାଙ୍କୁ ଦେଖିବାକୁ ମିଳିଛି । ହରିୟାଣାର ରେସଲର ମହାବୀର ସିଂହ ଫୋଗଟଙ୍କ ଜୀବନିକୁ ନେଇ ଏହି ସିନେମା ନିର୍ମାଣ ହୋଇଛି । ମହାବୀର ସିଂହ ଫୋଗଟ କିପରି ନିଜ ଝିଅଙ୍କୁ ରେସଲିଂ ଚମ୍ପିୟାନ ବନାଇଛନ୍ତି ଏହାକୁ ନେଇ ସିନେମାଟି ଗତିଶୀଳ ହୋଇଛି । ଅମୀର ଖାନ୍, କିରନ ରାଓ ଓ ସିଦ୍ଧାର୍ଥ ରୟ କପୁର ଏହାର ପ୍ରଯୋଜନା ଦାୟିତ୍ୱରେ ଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ନିତେଶ ତିୱାରୀ ।
ଆଜି ବଡପରଦାକୁ ଆସିଛି ଅମୀର ଖାନଙ୍କ ସିନେମା ‘ଦଙ୍ଗଲ’
/kanak/media/post_attachments/wp-content/uploads/2016/12/po3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)