ପୁଣି ଥରେ ନୂଆ ଅନ୍ଦାଜରେ ଡବୁ ଅଙ୍କଲ ! ଏଥର ଗୋବିନ୍ଦାଙ୍କ ଗୀତରେ ନୁହେଁ ମିଥୁନଙ୍କ ଗୀତରେ ଡ୍ୟାନ୍ସ କରି ହେଲେ ପପୁଲାର ।

38

ରାତାରାତି ଇଣ୍ଟରନେଟରେ ହାଇଲାଇଟ ହୋଇଥିବା ଡବୁ ଅଙ୍କଲ ଅର୍ଥାତ ସଞ୍ଜୀବ ଶ୍ରୀବାସ୍ତବ ପୁଣି ଥରେ ତାଙ୍କ ଜଲୱା ଦେଖାଇଛନ୍ତି । କିନ୍ତୁ ଏଥର ଡବୁଙ୍କୁ ଏକ ନୁଆ ଅନ୍ଦାଜରେ ଦେଖିବାକୁ ମିଳିଛି । ଗୋବିନ୍ଦାଙ୍କ ଗୀତ ପରେ ଏବେ ଡିସ୍କୋ ଡ୍ୟାନ୍ସର ମିଥୁନ ଦା’ଙ୍କ ଗୀତରେ ଡ୍ୟାନ୍ସ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ପୁଣି ଥରେ ବାହାଘର ପାର୍ଟିରେ ଡବୁ ତାଙ୍କ ଡ୍ୟାନ୍ସ ଦେଖାଇ ଲୋକମାନଙ୍କୁ ଆକର୍ଷିତ କରିପାରିଛନ୍ତି । ତାଙ୍କର ଆଉ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫେସବୁକ, ହ୍ୱାଟ୍ସଆପରେ ଭିଡିଓ ସେୟାର ହବାରେ ଲାଗିଛି ।

ପୂର୍ବରୁ ଡବୁ ଗୋବିନ୍ଦାଙ୍କ ଗୀତରେ ଡ୍ୟାନ୍ସ କରି ଲୋକମାନଙ୍କୁ ବେଶ ଆକର୍ଷିତ କରିପାରିଥିଲେ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ତାଙ୍କୁ ପସନ୍ଦ କରିବା ସହ ଅନ୍ୟ ଗୀତ ମାନଙ୍କରେ ଡ୍ୟାନ୍ସ କରି ଭିଡିଓ ବନାଇବାକୁ ଅନୁରୋଧ ମଧ୍ୟ କରିଥିଲେ । କିନ୍ତୁ ଏବେ ଡବୁଙ୍କର ଯେଉଁ ଭିଡିଓ ଭାଇରାଲ ହୋଇଛି ସେଥିରେ ଡବୁ ଗୋବିନ୍ଦାଙ୍କ ଗିତରେ ଡ୍ୟାନ୍ସ କରୁନାହାଁନ୍ତି । ଏହି ଭିଡିଓରେ ଡବୁ ଅଙ୍କଲ ଡିସ୍କୋ ଡ୍ୟାନ୍ସର ମିଥୁନ ଦା’ଙ୍କ ଜୁଲି ଜୁଲି ଗୀତରେ ଡ୍ୟାନ୍ସ କରିଛନ୍ତି । ପୂର୍ବ ଭଳି ଏଥର ମଧ୍ୟ ତାଙ୍କ ସହ ତାଙ୍କ ପତ୍ନୀ ଡ୍ୟାନ୍ସରେ ସାମିଲ ହୋଇଛନ୍ତି । ଡବୁ ଅଙ୍କଲ ବିଲକୁଲ ମିଥୁନଙ୍କ ଭଳି ଡ୍ୟାନ୍ସ କରୁଥିବାର ନଜରରେ ଆସିଛନ୍ତି । ଡବୁ ଅଙ୍କଲ ନିଜେ ଏହି ଭିଡିଓକୁ ୟୁଟୁବରେ ଅପଲୋଡ କରିଛନ୍ତି । ଯାହା ଏବେ ବେଶ ଲୋକପ୍ରିୟ ହେବାରେ ଲାଗିଛି ।