ହିନ୍ଦୀ ଭାଷାରେ ରିଲିଜ ହେବ ଓଡିଆ ଫିଲ୍ମ ‘ଦମନ’ : ଫିଲ୍ମ ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟଙ୍କ ସୂଚନା

1,508

କନକ ବ୍ୟୁରୋ : ହିନ୍ଦୀ ଭାଷାରେ ରିଲିଜ୍ ହେବ ବହୁ ଚର୍ଚ୍ଚିତ ଓଡ଼ିଆ ଫିଲ୍ମ ‘ଦମନ’ । ଏବେ ସବ-ଟାଇଟିଲ୍ ଥାଇ ଭାରତର ବିଭିନ୍ନ ସହରରେ ଓଡ଼ିଆରେ ଏହି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ହିନ୍ଦୀ ଭାଷାରେ ଖୁବଶୀଘ୍ର ରିଲିଜ୍ କରାଯିବ ବୋଲି ସୂଚନା ଦେଇଛନ୍ତି ଫିଲ୍ମର ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ।

ସେ କହିଛନ୍ତି- ଏହି ଫିଲ୍ମ କୌଣସି ଜଣେ ବ୍ୟକ୍ତିଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ହୋଇନି ବରଂ ଏକାଧିକ ଘଟଣା ଓ ବ୍ୟକ୍ତିଙ୍କ ସଂଘର୍ଷକୁ ନେଇ ଏହି ଫିଲ୍ମ ପ୍ରସ୍ତୁତ ହୋଇଛି । ଏମିତି ସରକାରଙ୍କ ବିଭିନ୍ନ ଯୋଜନାକୁ ଦୃଷ୍ଟିରେ ରଖି ଏହି ଫିଲ୍ମ ନିର୍ମାଣ କରାଯାଉଛି । ଦମନ ଫିଲ୍ମକୁ ଦର୍ଶକ ପସନ୍ଦ କରୁଥିବାରୁ ନିର୍ଦ୍ଦେଶକ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ସୂଚନା ଅନୁସାରେ ଏହି ଫିଲ୍ମ ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ଅହମଦାବାଦ, କୋଲକତା, ରାୟପୁର ଭଳି ସହର ବିଭିନ୍ନ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଉଛି ।