ଓଡିଶାରେ ଦଲାଇଲାମା ! ନବୀନଙ୍କୁ ଭେଟିଲେ ତିବ୍ଦତୀୟ ଧର୍ମଗୁରୁ

26

କନକ ବ୍ୟୁରୋ: ଓଡିଶାରେ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା । ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଦଲାଇଲାମା । ସେ ବିମାନବନ୍ଦରରରୁ ସିଧା ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା ହୋଇଛି । ୮୨ ବର୍ଷିୟ ତିବତର ଏହି ଚତୁର୍ଦଶ ଦଲାଇଲାମାଙ୍କୁ ନେଇ ଚୀନ ଓ ଭାରତ ମଧ୍ୟରେ ବିବାଦ ରହିଛି ।

ଆଜି ହୋଟେଲରେ ରାତ୍ରିଯାପନ ପରେ କାଲି ସକାଳେ ସେ କିସ୍ ବିଶ୍ୱବିଦ୍ୟାଳୟ ଯିବେ । ସକାଳ ୯ଟାରୁ ୧୧ ଟା ୩୦ ଯାଏଁ କିସର କାର୍ଯ୍ୟକ୍ରମରେ ଯୋଗ ଦେବେ । କାର୍ଯ୍ୟକ୍ରମରେ ଦଲାଇଲାମାଙ୍କୁ କିସ୍ ପକ୍ଷରୁ ହ୍ୟୁମାନିଟାରିଆନ୍ ସମ୍ମାନରେ ସମ୍ମାନିତ କରାଯିବ । ଦଲାଇଲାମାଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।