ଗୋଖାଦ୍ୟ ଓ ଜାଳେଣି ଦର ବୃଦ୍ଧିକୁ ନେଇ ଚିନ୍ତାରେ ଦୁଗ୍ଧ ଚାଷୀ: ନିଆଳି ଅଂଚଳରେ ରୋଜଗାରର ମାଧ୍ୟମ ପାଲଟିଛି କ୍ଷୀର ଓ ଛେନା ବ୍ୟବସାୟ

142

କନକ ବ୍ୟୁରୋ: କଟକ ଜିଲ୍ଲା ନିଆଳି ଅଂଚଳରେ ଅଧିକାଂଶ ଲୋକେ କ୍ଷୀର ଓ ଛେନାକୁ ବ୍ୟବସାୟ ରୂପେ ଗ୍ରହଣ କରିଛନ୍ତି । ଗାଁ ଗାଁ ବୁଲି ଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ କରି ସହରରେ ବିକ୍ରି କରି କିଛି ରୋଜଗାର କରୁଛନ୍ତି । ଲୋକଙ୍କ ଠାରୁ କ୍ଷୀର ସଂଗ୍ରହ କରି ସେଥିରୁ ଛେନା ଓ ପନିର ପ୍ରସ୍ତୁତ କରୁଛନ୍ତି । ଦିନକୁ ଦିନ ଗୋଖାଦ୍ୟ ଜାଳେଣି ଦର ବଢୁଥିବା ବେଳେ ଏହି ବ୍ୟବସାୟକୁ ନେଇ ଚିନ୍ତା ପଡ଼ିଛନ୍ତି ଉଭୟ ଚାଷୀ ଓ ବ୍ୟବସାୟୀ ।

ଅନ୍ୟପଟେ ଗ୍ରାମାଂଚଳର ବ୍ୟବସାୟୀମାନେ ଗାଁ ଗାଁ ବୁଲି କ୍ଷୀର ସଂଗ୍ରହ କରି ସହରରେ ଛେନା ଓ ପନିର ବ୍ୟବସାୟ କରୁଛନ୍ତି । ଯାହା ଫଳରେ ସହରର ବ୍ୟବସାୟୀମାନେ ଲାଭବାନ ହେଉଥବା ବେଳେ ଗାଁର ଛୋଟ ବ୍ୟବସାୟୀ ମାନେ କ୍ଷତି ସହୁଛନ୍ତି । ଦିନକୁ ଦିନ ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ୍ ବୃଦ୍ଧି ପାଉଛି । ତେଲ ଠାରୁ ଆରମ୍ଭ କରି ପନିପରିବା ସବୁ ଜିନିଷ ଏବେ ଆକାଶ ଛୁଆଁ । ସହର ଅପେକ୍ଷା ଗ୍ରାମାଂଚଳରେ ଦରଦାମ ବୃଦ୍ଧିକୁ ନେଇ ଚିନ୍ତାରେ ଲୋକେ । ମଧ୍ୟବିତ ପରିବାର ଲୋକେ ଚଳିବା ଏକ ପ୍ରକାର କଷ୍ଟକର ହୋଇପଡ଼ୁଛି । କରୋନା ମହାମାରୀ ପରେ ଗ୍ରାମାଂଚଳ ହେଉ ଅବା ସହରାଂଚଳ ଅର୍ଥନୀତି ଏକ ପ୍ରକାର ଦୋହଲିଯାଇଛି । ଏହାରି ଭିତରେ ଦୁଗ୍ଧ ଜାତୀୟ ଜିିନିଷର ଦର ମଧ୍ୟ ବୃଦ୍ଧି ପାଇଛି ।