‘ଗୋରୁ ଟଙ୍କା ଖାଇବେନି ଘାସ ଖାଇବେ’ । ବିଦେଶରେ ଝିଅ ଜିତିଛନ୍ତି ରୂପା ପଦକ, ଗାଁରେ ବାପା-ମା’ କାଟୁଛନ୍ତି ଘାସ, ଜାଣନ୍ତୁ ଦୂତିିଙ୍କ ବାପା-ମା’ଙ୍କ ନିରାଡମ୍ବର ଜୀବନ କଥା

99

କନକ ବ୍ୟୁରୋ : ଇଣ୍ଡୋନେସିଆର ଜାକର୍ତାରୁ ଓଡ଼ିଶା ସମେତ ସାରା ଭାରତ ପାଇଁ ଆସିଛି ଖୁସି ଖବର । ଶହେ ମିଟର ଦୌଡ଼ରେ ଭାରତ ପାଇଁ ରୌପ୍ୟ ପଦକ ଆଣିଥିବା ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ, ୨ଶହ ମିଟର ଦୌଡ଼ରେ ବି ପଦକ ଆଶା ଉଜ୍ଜିବୀତ ରଖିଛନ୍ତି । ସେମିଫାଇନାଲ ପର୍ଯ୍ୟାୟରେ ଦୂତି ଚାନ୍ଦ, ମାତ୍ର ୨୩ ସେକେଣ୍ଡରେ ୨ଶହ ମିଟର ଅତିକ୍ରମ କରି ଫାଇନାଲରେ ପହଂଚିଛନ୍ତି । ଅପେକ୍ଷା ଆସନ୍ତାକାଲିକୁ ଯେତେବେଳେ ୨ଶହ ମିଟର ମହିଳା ବର୍ଗରେ ପଦକ ପାଇଁ ଟ୍ରାକକୁ ଓହ୍ଲାଇବେ ଦୂତି । ସେମିଫାଇନାଲର ସଫଳତାର ପରେ କନକନ୍ୟୁଜକୁ ପ୍ରତିକ୍ରିୟା ଦେଇ ଦୂତି କହିଛନ୍ତି-ଏହା ମୋର ଶ୍ରେଷ୍ଠ ବ୍ୟକ୍ତିଗତ ପ୍ରଦର୍ଶନ । ଆଶା ୨ଶହ ମିଟର ଦୌଡ଼ରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଆଣିବି ।

dutee chandଦୂତି ପଦକ ଜିଣିଥିବା ବେଳେ ହୃଦୟ ଜିତିଛନ୍ତି ତାଙ୍କ ମା-ବାପା । ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଥିବା ଦୂତିଙ୍କ ସଂଘର୍ଷର କାହାଣୀ ହୁଏତ ଆପଣ ଜାଣନ୍ତି । ହେଲେ ସଫଳତାର ଶୀର୍ଷରେ ପହଂଚିବା ପରେ ବି ତାଙ୍କ ବାପା-ମାଙ୍କ ଜୀବନଶୈଳୀ କେମିତି ଆପଣ ଜାଣିଛନ୍ତି କି । ଏହି କାହାଣୀ ଜାଣିବା ପାଇଁ ଆମେ ଆପଣଙ୍କୁ ନେଇଯିବୁ ଦୂତିଙ୍କ ଗାଁ ଚକଗୋପାଳପୁର ଗାଁକୁ । ଝିଅ ବିଦେଶରେ ପଦକ ଜିତିଛି ।ଆଉ ବାପା ମା’ ଗାଁରେ ନଦୀ ପାର ହୋଇ ଘାସ ମୁଣ୍ଡାଇ ଆଣୁଛନ୍ତି । ଆଉ ଏହିଭଳି କାହାଣୀ ହେଉଛି ଓଡିଶାର ସେହି ସୁନା ଝିଅଙ୍କ ବାପା ମା’ଙ୍କ କାହାଣୀ ଯାହାଙ୍କୁ ନେଇ ଆଜି ସାରା ଦେଶ ଗର୍ବିତ । ଏସିଆଡ ଖେଳରେ ଭାରତ ପାଇଁ ରୌପ୍ୟ ପଦକ ଆଣିଥିବା ଧାବିକା ଦୂତି ଚାନ୍ଦଙ୍କ ବାପା ମା’ଙ୍କ ଦୈନନ୍ଦିନ ଜୀବନ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଝିଅ ଦୂତି ଚାନ୍ଦ ଯାଜପୁରରୁ ଯାଇ ଜାକର୍ତାରେ ଦେଶ ପାଇଁ ପଦକ ଜିତିଛନ୍ତି । ସରକାରଙ୍କ ପକ୍ଷରୁ ଦେଢ କୋଟି ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି । ସାଧାରଣତଃ ପିଲାଙ୍କ ସଫଳତାକୁ ନେଇ ବାପା-ମାଙ୍କ ପାଦ ଆଉ ତଳେ ପଡେନି । କିନ୍ତୁ ଦୂତିଙ୍କ ମା’ବାପାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ଠିକ୍ ଓଲଟା । ଏମାନେ ଏବେବି ମାଟି ସହ ଯୋଡି ହୋଇରହିଛନ୍ତି । ଝିଅମାନଙ୍କ ଖ୍ୟାତି ଓ ଅର୍ଥର ଆଉ ଅଭାବ ନାହିଁ, ହେଲେ ଏଥିରେ ପ୍ରଭାବିତ ହୋଇନାହାଁନ୍ତି ଦୂତିଙ୍କ ମା-ବାପା । ଉଛୁଳା ବ୍ରାହ୍ମଣୀ ନଈରେ ନିଜେ ଡଙ୍ଗା ଚଳାଇ, ଆର ପାରିକୁ ଘାସ ଆଣିବାକୁ ଯାଉଛନ୍ତି ଦୂତିଙ୍କ ବାପା । ଆଉ ଏଥିରେ ପୁରା ସହଯୋଗ ଦେଉଛନ୍ତି ଦୂତିଙ୍କ ମା’ । ଘରେ ଥିବା ଗୃହପାଳିତ ପଶୁଙ୍କ ପାଇଁ ପରିଣତ ବୟସରେ ବି ଆହର ଖୋଜି ଆଣୁଛନ୍ତି ଏହି ବୃଦ୍ଧ ଦମ୍ପତି । କାରଣ ଘରେ ଥିବା ଗାଈ ପଇସା ନୁହେଁ ଘାସ ଖାଇବ ଏକଥା ବେଶ ଭଲଭାବେ ଜାଣିଛନ୍ତି ଦୂତିଙ୍କ ବାପା-ମା’ । ଏପରିକି ଘରେ ବସିଗଲେ ଦେହ ଖରାପ ରହିବ ତେଣୁ କାମ କରିବା ଭଲ ବୋଲି କହିଛନ୍ତି ଦୂତିଙ୍କ ବାପା-ମା’ ।

ଏମାନେ ଚାହିଁଲେ ଯେ, ଏସବୁ କାମକୁ ଅନ୍ୟର ସହାୟତା ନେଇ କରାଇପାରିବେ ନାହିଁ ତାହା ନୁହେଁ ଏବଂ ନିଜ କାମ ନିଜେ କରି ଅତି ସ୍ୱାଭିମାନର ସହ ବଂଚିବାକୁ ଚାହାଁନ୍ତି ଦୂତିଙ୍କ ପିତାମାତା । ଏହା ବ୍ୟତୀତ ଦୂତିଙ୍କ ସଫଳତା ପାଇଁ ଗାଁରେ ପୂଜାପାଠ ଚାଲିଛି । ୧୦୦ ମିଟର ପରେ କେମିତି ୨୦୦ ମିଟର ଦୌଡ଼ରେ ଦୂତି ପଦକ ଆଣିବେ ସେଥିପାଇଁ ଗାଁରେ ଚାଲିଛି ପୂର୍ଜାର୍ଚ୍ଚନା । ସେହିପରି ୧୦୦ ମିଟରରେ ମିଳିଥିବା ସଫଳତା ପାଇଁ କଟାଯାଇଛି କେକ୍ ।କୁହାଯାଏ-ସଫଳତାର ମୂଳଦୂଆ ଘରର ଚାରି କାନ୍ଥରୁ ପଡ଼ିଥାଏ । ଯେଉଁ ପରିବାରର ସଦସ୍ୟ ପରିଶ୍ରମକୁ ପରାକାଷ୍ଟାର ମାଧ୍ୟମ ବୋଲି ଗ୍ରହଣ କରିଛନ୍ତି । ସେହି ପରିବାରର ଝିଅ