ସାମ୍ନାକୁ ଆସିଲା ଆଉ ଜଣେ ଦାଦନର ଦୁଃଖଭରା କାହାଣୀ : ଓମାନରେ ମୃତ୍ୟୁର ୧୬ ଦିନ ପରେ ଦିଗପହଣ୍ଡିରେ ପହଂଚିଲା ମୃତଦେହ

36

ଦିଗପହଣ୍ଡି : ପୁଣି ପଦାକୁ ଆସିଲା ଆଉ ଜଣେ ଦାଦନଙ୍କ ଦୁଃଖଭରା କରୁଣ କାହାଣୀ । ମୃତ୍ୟୁର ୧୬ ଦିନ ପରେ ମର ଶରୀର ଆସିଛି ଭିଟାମାଟିକୁ । ଓମାନରେ ଶ୍ରମିକ ଭାବେ ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳର ଯୁବକ ହରେକୃଷ୍ଣ ନାୟକ କାମ କରୁଥିଲେ । ତେବେ ହଠାତ ଜୁନ ୭ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିବା ଖବର ଆସିଥିଲା । ଜୁନ ୧ରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଗଲା । ସେହି ଦିନ ହିଁ ତାଙ୍କର ପ୍ରଥମ ସନ୍ତାନ ଜନ୍ମଲାଭ କରିଥିଲା । ଏହା ସହ ସେହି ଦିନ ହିଁ ଥିଲା ତାଙ୍କର ବିବାହ ବାର୍ଷିକୀ । ତେବେ ତାଙ୍କର ମରଶରୀର ଦୀର୍ଘ ଦିନ ଓମାନରେ ପଡି ରହିବା ପରେ ଶୁକ୍ରବାର ତାଙ୍କ ଗାଁରେ ପହଂଚିଥିଲା । ହରେକୃଷ୍ଣଙ୍କ ମରଶରୀର ଗାଁରେ ପହଂଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଲୋକଙ୍କ ହାତରେ କାମ ନଥିବାରୁ ବାଧ୍ୟ ହୋଇ ବିଦେଶକୁ ଦାଦନ ଖଟିବାକୁ ଯାଉଥିବା ଅଭିଯୋଗ ହେଉଛି । ଏହା ସହ ହରେକୃଷ୍ଣଙ୍କ ମୃତ୍ୟୁର  ସଠିକ କାରଣ ଅନୁସନ୍ଧାନ ପାଇଁ ମଧ୍ୟ ଦାବି ହେଉଛି ।