ଶିକ୍ଷକ ସାଜିଲେ ଡାବୁଗାଁ ବିଧାୟକ : ଚକ୍, ଡଷ୍ଟର୍ ଧରି ଛାତ୍ରଛାତ୍ରୀଙ୍କୁ ଗଣିତ ପଢ଼ାଇଲେ ମନୋହର ରନ୍ଧାରୀ

492
କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ବିଧାୟକ ।  ଶିକ୍ଷକ ଭୂମିକାରେ ନଜର ଆସିଲେ ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ । ଡାବୁଗାଁର ଖରକି ଆଶ୍ରମ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ସ୍କୁଲରେ ପାଠପଢ଼ା ଓ ଅନ୍ୟାନ୍ୟ ବ୍ୟବସ୍ଥାର ତଦାରଖ କରିବା ସହ ପିଲାଙ୍କୁ ଗଣିତ ପଢ଼ାଇଲେ । ବିଧାୟକଙ୍କ ସ୍କୁଲରେ ପିଲାମାନଙ୍କୁ ଶିକ୍ଷାଦାନ କରୁଥିବାର ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ବିଧାୟକଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି ।

ଗଣିତ ମାଷ୍ଟର ସାଜିଲେ ବିଧାୟକ । ଖରକି ବିଦ୍ୟାଳୟରେ ପରିଦର୍ଶନରେ ଯାଇଥିବା ସମୟରେ ପାଠ ପଢ଼ାଇଛନ୍ତି  ମନହୋର ରନ୍ଧାରୀ  । ଚକ୍ ଡଷ୍ଟର ଧରି କଳାପଟାରେ ପାଠ ପଢ଼ାଇବା ସହ ପିଲାଙ୍କୁ ବିଭିନ୍ନ ପ୍ରଶ୍ନ କରି ସ୍କୁଲରେ ପାଠପଢ଼ା ସମ୍ପର୍କରେ ପଚାରି ବୁଝିଥିଲେ । ବିଧାୟକଙ୍କ ସହ ରାଜ୍ୟ ଏସସି ଏସଟି ବିଭାଗରର ଉପଦେଷ୍ଟା ମୁନ୍ନା ଖାଁ ମଧ୍ୟ ପରିଦର୍ଶନରେ ଯାଇଥିଲେ ।

ମନ ଦେଇ ପାଠ ପଢ଼ିବା ପାଇଁ ପିଲାମାନଙ୍କୁ ଉପଦେଶ ଦେଇଛନ୍ତି ବିଧାୟକ । ବିଧାୟକଙ୍କ ଏପରି କାମକୁ ସାଧାରଣ ମହଲରେ ବେଶ୍ ପ୍ରଶଂସା କରାଯାଉଛି । ପୂର୍ବରୁ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ବିଧାୟକ ମନହୋର ରନ୍ଧାରୀ ଗତ କିଛି ଦିନ ତଳେ ଶବ କାନେ୍ଧଇ ଚର୍ଚ୍ଚାର ପରିଧିକୁ ଆସିଥିଲେ । ସବୁବେଳେ ନିଜର ନିଆରା କାର୍ଯ୍ୟଶେଳୀ ପାଇଁ ଗଣମାଧ୍ୟରେ ଶରୋନାମା ପାଲଟିଥିବା ମନୋହର ରନ୍ଧାରୀ ଶିକ୍ଷକ ଭୁମିକାରେ ଆସି ପୁଣି ପ୍ରଶଂସା ସାଉଣ୍ଟିଛନ୍ତି ।