କନକ ବ୍ୟୁରୋ : ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ କାର ଦୁର୍ଘଟଣା ମାମଲାରେ ମର୍ସିଡିଜ କମ୍ପାନୀ ଓ ଆରଟିଓ ତରଫରୁ ତାଙ୍କର ପ୍ରାଥମିକ ତଦନ୍ତ ରିପୋର୍ଟ ପୋଲିସକୁ ଦେଇଛି । ପାଲଘର ପୋଲିସକୁ ଦିଆଯାଇଥିବା ଏହି ରିପୋର୍ଟରେ ଦୁର୍ଘଟଣା ପୂର୍ବରୁ ଗାଡିର ବେଗ କେତେ ଥିଲା, କେତେବେଳେ ବ୍ରେକ ଲଗାଯାଇଥିଲା ଓ ଦୁର୍ଘଟଣା ସମୟରେ ଗାଡିର କେତେ ବେଗ ଥିଲା ଏହା ଉପରେ ଏକ ବିସ୍ତୁତ ରିପୋର୍ଟ ଦିଆଯାଇଛି ।

Advertisment

ମର୍ସିଡିଜ କମ୍ପାନୀ ଦେଇଥିବା ରିପୋର୍ଟ ମୁତାବକ କାରଟି ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଚାଲୁଥିଲା । ଦୁର୍ଘଟଣାର ଠିକ୍ ୫ ସେକେଣ୍ଡ ପୂର୍ବରୁ ବ୍ରେକ ଲଗାଯାଇଥିଲା । ସେତେବେଳେ ଗାଡିର ବେଗ ଘଣ୍ଟା ପ୍ରତି ୮୯ କିଲୋମିଟରରୁ ୧୧ କିଲୋମିଟରକୁ ଖସି ଆସିଥିଲା । ଏହି ବେଗରେ କାରର ଦୁର୍ଘଟଣା ହୋଇଥିଲା ।

ସେପେଟ ଆରଟିଓ ରିପୋର୍ଟ ମୁତାବକ ଦୁର୍ଘଟଣା ସମୟରେ ୪ ଟି ଏୟାର ବ୍ୟାଗ ଖୋଲିଯାଇଥିଲା । ଏଥିରୁ ୩ ଟି ନମ୍ବର ଏୟାର ବ୍ୟାଗ ଡ୍ରାଇଭରଙ୍କ ସାମ୍ନାରେ ଥିଲା । ଅନ୍ୟ ଏୟାର ବ୍ୟାଗଟି ଡ୍ରାଇଭରଙ୍କ ପାଖ ସିଟ୍ ନିକଟରେ ଥିଲା ।

ଅନ୍ୟପଟେ କୁହାଯାଇଛି କି ମର୍ସିଡିଜ କମ୍ପାନୀ ପକ୍ଷରୁ ଏହି ଦୁର୍ଘଟଣାର ଯାଂଚ କରିବାକୁ ହଂଗକଂଗରୁ ଏକ ବିଶେଷଜ୍ଞ ଦଳ ଆସିବେ । ସେମାନେ କାରକୁ ନିରୀକ୍ଷଣ କରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ।