ପାରାଦୀପରୁ ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟାସ୍ : ପାଣିପାଗ ବିଭାଗର ପୂର୍ବାନୁମାନ ୨୬ ସନ୍ଧ୍ୟାରେ ଛୁଇଁବ ସ୍ଥଳଭାଗ

ପବନର ବେଗ ରହିପାରେ ଘଂଟା ପ୍ରତିବେଗ ୧୫୫ ରୁ ୧୬୫ କିଲୋମିଟର

4,926

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ’ ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁପାରେ । ୨୬ ତାରିଖ ସନ୍ଧ୍ୟା ବାତ୍ୟା ପାରାଦୀପ ଓ ସାଗରଦ୍ବୀପ ମଧ୍ୟ ଭାଗରେ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା । ଭାତତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ସ୍ତଳଭାଗ ଛୁଇଁବା ବେଳକୁ ଏହାର ପ୍ରଭାବରେ ଘଂଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବ । ଉପକୂଳରେ ସମୟ ସମୟରେ ଏହା ୧୮୫ କିଲୋମିଟର ବେଗରେ ଝଟକା ଦେଇପାରେ ।

ତେବେ ସମୁଦ୍ରରେ ଦେଖାଦେଇଥିବା ଲଘୁଚାପ କ୍ଷେତ୍ର କେଉଁ ସ୍ଥିତିରେ ଥିଲେ କେତେ ମାତ୍ରାରେ ପବନ ବହେ ଜାଣନ୍ତୁ । ଭାରତୀୟ ପାଣିପାଗ ବିଭାଗ କହିବା ଅନୁସାରେ, ଲଘୁଚାପ- ଅବପାତରେ ପରିଣତ ହେଲେ ପବନର ବେଗ ଘଂଟା ପ୍ରତି ୩୦ରୁ ୫୦ କିଲୋମିଟର ରହିଥାଏ ସେହିଭଳି ଗଭୀର ଅବପାତରେ ପବନର ବେଗ ଘଂଟା ପ୍ରତି୫୦ରୁ ୫୦ କିଲୋମିଟର ରହିଥାଏ । ଅବପାତ ଯେତେବେଳେ ବାତ୍ୟାରେ ପରିଣତ ହୁଏ, ସେତେବେଳେ ପବନର ବେଗ ବଢି ଘଂଟା ପ୍ରତି ୬୦ରୁ ୮୦ କିଲୋମିଟର ହୁଏ ।

ସେହିଭଳି ଭୀଷଣ ବାତ୍ୟା ବେଳେ ପବନର ବେଗ ଘଂଟା ପ୍ରତି ୯୦ରୁ ୧୨୦ କିଲୋମିଟର ହୋଇଥାଏ । ଅତି ଭୀଷଣ ବାତ୍ୟା ହୋଇ ସାମୁଦ୍ରିତ ଝଡ ସ୍ଥଳଭାଗ ଛୁଇଁଲେ ସେତେବେଳେ ପବନର ବେଗ ଘଂଟା ପ୍ରତି ୧୨୦ରୁ ୧୬୫ କିଲୋମିଟର ରହିଥାଏ । ସେହିଭଳି ଅତିରୁ ଅତି ଭୀଷଣ ବାତ୍ୟା ସମୟରେ ସ୍ଥଳଭାଗରେ ପବନରେ ବେଗ ଘଂଟା ପ୍ରତି ୧୬୬ରୁ ୨୨୦ କିଲୋମିଟର ବହେ । ଏକ୍ସଟ୍ରିମ୍ଲି ସଭିୟର ସାଇକ୍ଲୋନି ଷ୍ଟ୍ରମ ପରେ ଏହା ସୁପର ସାଇକ୍ଲୋନ ଷ୍ଟ୍ରମ ବା ମବାହାତ୍ୟା ହୋଇଥାଏ । ଏହି ସମୟରେ ପବନର ବେଗ ଅଧିକ ରହିଥାଏ । ଘଂଟା ପ୍ରତି ପବନର ବେଗ ୨୨୦ କିଲୋମିଟର ଛୁଇଁଥାଏ । ୧୯୯୯ ମହାବାତ୍ୟା ପରେ ଅମ୍ଫାନକୁ ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ସୁପର ସାଇକ୍ଲୋନ୍ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଥିଲା ।