କନକ ବ୍ୟୁରୋ : ଓଡ଼ିଶା ଉପକୂଳରେ ବାତ୍ୟା ହେବ କି ନାହିଁ, ଏହାକୁ ନେଇ ଅନିଶ୍ଚିତତା ଜାରି ରହିଛି । ତେବେ ପାଣିିପାଗ ଆକଳନ ସଂସ୍ଥା ସ୍କାଏ ମେଟ କହିଛି ଯେ, ଓଡ଼ିଶାରେ ବାତ୍ୟା ହେବ ବୋଲି କୌଣସି ଆକଳନ ହୋଇ ନାହିଁ । ହେଲେ ୱେଲମାର୍କ କିମ୍ବା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ୨୦ରୁ ବର୍ଷା ହୋଇପାରେ । ୨୫ ତାରିଖ ଯାଏଁ ବର୍ଷା ହେବ । ବିଶେଷକରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ । ହେଲେ ବାତ୍ୟା ହେବାର କୌଣସି ପୂର୍ବାନୁମାନ ନଥିବା କହିଛନ୍ତି ସ୍କାଏମେଟ ଅଧିକାରୀ ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ସମାନ କଥା କହିଛନ୍ତି । ଓଡ଼ଶାରେ ବାତ୍ୟା ହେବାର ଏବେ କୌଣସି ପୂର୍ବାନୁମାନ ନଥିବା ସେ କହିଛନ୍ତି । ଅନ୍ୟପଟେ ଆମେରିକୀୟ ପାଣିପାଗ ଆକଳନ ସଂସ୍ଥା ଜିଏଫଏସ୍ ବାତ୍ୟା ପୂର୍ବାନୁମାନ ନେଇ କଥା ବଦଳାଇଛି ।
ବାତ୍ୟାକୁ ନେଇ ଲାଗି ରହିଛି ଅନିଶ୍ଚିତତା । ମତ ବଦଳାଉଛି ଆମେରିକୀୟ ପାଣିପାଗ ମଡେଲ ଜିଏଫଏସ । ସ୍କାଏ-ମେଟ୍ କହିଲା, ଏବେଠୁ ବାତ୍ୟା ହେବ କି ନାହିଁ କହିବା ଅସମ୍ଭବ
/kanak/media/post_attachments/wp-content/uploads/2022/10/1200x-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)