ପଶ୍ଚିମବଙ୍ଗ ଆଡକୁ ଚାଲିଗଲା ‘ଜୱାଦ’: ଆହୁରି ଦୁର୍ବଳ ହୋଇ ଲଘୁଚାପରେ ହେବ ପରିଣତ; ଆଜିଠୁ ପାଗରେ ହେବ ପରିବର୍ତ୍ତନ

278

କନକ ବ୍ୟୁରୋ : ସମୁଦ୍ର ଭିତରେ ଜୱାଦ ଦୁର୍ବଳ ହୋଇ ଉପକୂଳ ଜିଲ୍ଲାଗୁଡିକରେ ବର୍ଷା କରି ଶେଷରେ ପଶ୍ଚିମବଙ୍ଗ ଆଡକୁ ମୁହାଁଇଗଲା । ସମୁଦ୍ର ଭିତରେ ବାତ୍ୟାର ରୂପ ନେବା ପରେ ସେହି ସମୁଦ୍ରରେ ହିଁ ତୀବ୍ର ଅବପାତ ଓ ପରେ ଅବପାତରେ ପରିଣତ ହୋଇଛି । କ୍ରମେ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ । ତେବେ ଉପକୂଳ ଇଲାକାରେ ଲଗାଣ ବର୍ଷା କାରଣରୁ ବ୍ୟାପକ ଫସଲ ନଷ୍ଟ ହୋଇଛି ।

ଆଜି ଉପକୂଳ ଓଡିଶାରେ ପାଗରେ ପରିବର୍ତ୍ତନ ହୋଇ ସ୍ୱାଭାବିକ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତୀବ୍ର ଅବପାତର ରୂପ ନେଇ ବାତ୍ୟା ଯେତିକି ଉପକୂଳ ନିକଟବର୍ତ୍ତୀ ହେଉଥିଲା, ସେତିକି ଦୁର୍ବଳ ହେଉଥିଲା । ସମୟ ଗଡିବା ସହ ବର୍ଷା ଓ ପବନ ପରିମାଣ ବି ଧୀରେ ଧୀରେ ହ୍ରାସ ପାଇଥିଲା । ସାଢ଼େ ୨ଟା ବେଳକୁ ଡିପ୍ରେସନ ବା ଅବପାତର ରୂପ ନେଇ ଉତର-ଉତରପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଉପକୂଳ ମୁହାଁ ହୋଇଥିଲା ଜୱାଦ ।