ଭୟଙ୍କର ବେଗରେ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି ସାମୁଦ୍ରିକ ବାତ୍ୟା ! ଆସନ୍ତାକାଲି ୮ଟାରୁ ୧୦ ଭିତରେ ଲାଣ୍ଡଫଲ୍ କରିବ ଫୋନି

905

କନକ ବ୍ୟୁରୋ : ଆସନ୍ତାକାଲି ସକାଳ ୮ଟାରୁ ୧୦ ଭିତରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ବାତ୍ୟା ଫୋନି । ଦିନ ୧୨ ଯାଏଁ ଲ୍ୟାଣ୍ଡଫଲ ପ୍ରକିୟା ଜାରି ରହିବ । ଏସଆରସିଙ୍କ ସଦ୍ୟ ସୂଚନା ଅନୁସାରେ ବର୍ଷାର ପରିମାଣ ଅଧିକରୁ ଅଧିକ ହେବ ସହ ପ୍ରବଳ ଜୋରରେ ପବନ ବହିବ । ବାତ୍ୟା ଫୋନି ସ୍ଥଳଭାଗ ଛୁଇଁବା ସମୟରେ ପରିବର୍ତ୍ତନ ହେବାରୁ ସ୍ଥାନାନ୍ତରଣ ପକ୍ରିୟାକୁ ଆହୁରି ଜୋରଦାର କରାଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିଲୋମିଟର ରହିପାରେ ।

ତେଣୁ ବିପଦ ଥିବାରୁ ଘରୁ ଲୋକେ ନ ବାହାରିବା ପାଇଁ ସରାକାର ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି। ଏହି ସମୟରେ ଦୋକାନ, ବଜାର, ଅଫିସ୍, ଗାଡ଼ି ମଟର ଚଳାଚଳ ସବୁ ରଖାଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବାତ୍ୟା ଅତିକ୍ରମ ନ କରିବା ପର‌୍ୟ୍ୟନ୍ତ ସମସ୍ତେ ଘର ଭିତରେ ନିରାପଦରେ ରହିବାକୁ ପରାମର୍ଶ ଦିଆଯାଇଛି।

ବାତ୍ୟା ଫୋନି ପୁରୀ ଆଡକୁ ମାଡି ଆସୁଥିବା ବେଳେ ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଆଜି ୭ ଜିଲ୍ଲାରେ ଅର୍ଥାତ୍ ଗଂଜାମ, ଗଜପତି, କଟକ, ଖୋର୍ଦ୍ଧା,ପୁରୀ, ରାୟଗଡା, ନୟାଗଡ ଜିଲ୍ଲାରେ ବର୍ଷା ପବନ ହେବା ନେଇ ପୂର୍ବରୁ ଆକଳନ କରିଥିଲା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପୁରୀ, ଗଂଜାମ, ଗଜପତି, କଟକ, ଖୋର୍ଦ୍ଧାରେ ବର୍ଷା ଆରମ୍ଭ ହୋଇଯାଇଛି । ତେବେ ସଂଧ୍ୟା ୫ଟା ସୁଦ୍ଧା ଅନ୍ୟ ଜିଲ୍ଲାରେ ବର୍ଷା ହେବ ବୋଲି ଅନୁମାନ କରାଯାଉଛି ।