ଆସୁଛି ବାତ୍ୟା, ବଢୁଛି ଭୟ ! ଆଜି ସନ୍ଧ୍ୟାରେ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେଲା ‘ଫୋନି’ ।

532

କନକ ବ୍ୟୁରୋ : ବାତ୍ୟା ଫନି କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଆଜି ସନ୍ଧ୍ୟାରେ ଫୋନି ସିଭିୟର ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତ୍ୟନ୍ତ ପ୍ରବଳ ବାତ୍ୟାରେ ପରିଣତ ହୋଇସାରିଛି । ଆଗକୁ ଏହା ଆହୁରି ଘନିଭୁତ ହେବ । ୩ତାରିଖ ଅପରାହ୍ନରେ ଫୋନି ଓଡିଶା ଉପକୂଳ ଛୁଇଁବ । ସେତେବେଳେ ପବନର ବେଗ ଘଂଟା ପ୍ରତି ୧୮୦ରୁ ୧୯୦ କିଲୋମିଟର ରହିବ । ବାତ୍ୟା ଫନି ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ପୁରୀ ଉପକୂଳ ଦେଇ ଅତିକ୍ରମ କରିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ଏଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ।

ବାତ୍ୟା ଫୋନି, ପୁରୀର ଦକ୍ଷିଣ ଦିଗରେ, ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ମେ ୩ ତାରିଖ ଅପରାହ୍ନରେ ବାତ୍ୟା ଫୋନି ଲ୍ୟାଣ୍ଡଫଲ କରିପାରେ । ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୭୩୦ କିଲୋମିଟର ଦୂରରେ ବାତ୍ୟା ଫନୀ କେନ୍ଦ୍ରୀଭୂତ ହୋଇଥିବା ଜଣାପଡିଛି ।