ଓଡିଶାରେ ପଡିବ ‘ଫନି’ ପ୍ରଭାବ : ମେ ୨ରେ ଦକ୍ଷିଣ ଓଡିଶାରେ ଓ ୩ରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା

788

କନକ ବ୍ୟୁରୋ : ଘନିଭୂତ ହେଉଛି ଘୁର୍ଣ୍ଣିଝଡ ଫନି । ବାତ୍ୟା ଫନି ପ୍ରଭାବରେ ଓଡିଶାରେ ବର୍ଷା ହେବ । ମେ ୨ରୁ ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ହେବା । ସେହିପରି ମେ ୩ରୁ ଉପକୂଳ ଓଡିଶାରେ ବର୍ଷା ହେବ । ଏବେ ମଛଲିପଟ୍ଟମରୁ ୧୨୩୦ କିଲୋମିଟର ଦୂରରେ ଅଛି ଫନି । ଘଂଟାକୁ ୭ କିଲୋମିଟର ବେଗରେ ଗତି କରୁଛି । ୧୨ ଘଂଟା ମଧ୍ୟରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ।

ପରବର୍ତ୍ତୀ ୨୪ ଘଂଟା ମଧ୍ୟରେ ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାରେ ସମ୍ଭାବନା ରହିଛି । ୩୦ ତାରିଖ ପର୍ଯ୍ୟନ୍ତ ଏହି ବାତ୍ୟା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଏବଂ ଏହା ପରେ ଉତ୍ତର ପୂର୍ବ ଆଡକୁ ମୁହାିଁଇବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୧ ଓ ୨ ତାରିଖରେ ଘଂଟା ପ୍ରତି ୧୪୫ରୁ ୧୫୫ କିଲୋମିଟର ବେଗରେ ପବନ ବହିପାରେ । ତେବେ ଓଡିଶାରେ ଏହାର ବିଶେଷ ପ୍ରଭାବ ପଡିବନାହିଁ । ତେବେ ୨ ଓ ୩ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।