କନକ ବ୍ୟୁରୋ : ୧୫ ଜୁନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ବିପର୍ଯ୍ୟୟ । ଅତି ଭୀଷଣ ବାତ୍ୟାର ରୂପ ନେଇ ଏହା ମାଣ୍ଡଭି ଓ କରାଚୀ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ଜଖଉ ବନ୍ଦର ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । ଏହି ସମୟରେ ପବନର ବେଗ ୧୨୫ରୁ ୧୩୫ କିଲୋମିଟରରୁ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ସେହିଭଳି ସର୍ବାଧିକ ପବନର ବେଗ ୧୫୦ କିଲୋମିଟର ଛୁଇଁପାରେ ବୋଲି ଆକଳନ କରିଛି ଆଇଏମଡି । ଏହି ସମୟରେ ସମୁଦ୍ର କୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଖାସକରି କଚ୍ଛ, ପୋରବନ୍ଦର, ରାଜକୋଟ, ମୋରବୀ ଓ ଜୁନାଗଡ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ଥିବା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ବାତ୍ୟା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ବିଭିନ୍ନ ବନ୍ଦରରେ ବିପଦ ସଂକେତ ଜାରି କରାଯାଇଛି । ଗୁଜୁରାଟର ୭ ଜିଲ୍ଲାକୁ ରେଡ ଆଲର୍ଟରେ ରଖାଯାଇଛି । ସେହିଭଳି ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ୯ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମଧ୍ୟ ସର୍ତକ ରଖାଯାଇଛି । ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/28-5.jpg)