କନକ ବ୍ୟୁରୋ: କଟକ ରୂପା ତାରକସିକୁ ମିଳିଛି ଜିଆଇ ମାନ୍ୟତା । ଓଡ଼ିଶା ହସ୍ତକଳା ସମବାୟ ସମିତି ତରଫରୁ ଏନେଇ ଆବେଦନ କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ଜିଓଲୋଜିକାଲ ଇଣ୍ଡିକେସନ ପକ୍ଷରୁ ଏହାକୁ ମଞ୍ଜୁର କରାଯାଇଛି । ଖୁବଶୀଘ୍ର ଏହାର ପ୍ରମାଣପତ୍ର ପ୍ରଦାନ କରାଯିବ ।

Advertisment

ରୂପା ତାରକସିକୁ ଜିଆଇ ମାନ୍ୟତା ପରେ ଖୁସି ପ୍ରକାଶ କରିଛନ୍ତି କଟକ ସହରବାସୀ । ସେହିପରି ଏକ୍ସରେ କାରିଗର ଓ ଜିଲ୍ଲା ପ୍ରଶାସନକୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ରାଜ୍ୟ ପାଇଁ ଗୌରବର ବିଷୟ ହୋଇଥିବା ବେଳେ ଶତାଦ୍ଦୀ ପୁରୁଣା ଏହି ହସ୍ତକଳା କେବଳ କଟକକୁ ନୁହେଁ ଓଡ଼ିଶାକୁ ସାରା ରାଜ୍ୟରେ ପରିଚିତ କରାଇଥିବା କହିଛନ୍ତିି । ନିକଟରେ ରାଜ୍ୟର ୮ଟି ଉତ୍ପାଦ ଢେଙ୍କାନାଳର ସ୍ୱାଦିଷ୍ଟ ମଗଜି, କୋରାପୁଟର କଳାଜିରା ଚାଉଳ, ମୟୂରଭଞ୍ଜର କାଇ ଚଟଣି, ନୟାଗଡ଼ର କଂଟେଇମୁଣ୍ଡି ବାଇଗଣ, ଖଜୁରି ଗୁଡ଼, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍, ଲାଞ୍ଜିଆ ସୌରା ଚିତ୍ରକଳାକୁ ଜିଆଇ ମାନ୍ୟତା ମିଳିଥିଲା ।