ବଡ ଡାକ୍ତରଙ୍କ ଛୋଟ ମନ ! କଟକ ଏସସିବିରେ ୩୦ଘଂଟା ଧରି ଛଟପଟ ହେଲେ ଏଚଆଇଭି ପ୍ରସୂତି

27

କନକ ବ୍ୟୁରୋ : ୩୦ ଘଂଟା ଧରି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଲେ ମହିଳା, ହେଲେ ତାଙ୍କ ଚିକ୍ରାରକୁ ଡାକ୍ତର ଶୁଣିଲେନି । ତାଙ୍କୁ ଚିକିତ୍ସା କରିବା ପରିବର୍ତେ ଡାକ୍ତରଖାନା ଛାଡି ଯିବାକୁ କୁହାଗଲା । ଦୁର୍ବ୍ୟବହାର ପ୍ରଦର୍ଶନ କରାଗଲା । ମହିଳାଙ୍କୁ ଛୁଇଁବା ପାଇଁ ବି ରାଜି ହେଲେ ନାହିଁ ଡାକ୍ତର କିମ୍ବା ନର୍ସ । କଟକ ବଡ ମେଡିକାଲରୁ ଆସିଛି ଏପରି ସାଂଘାତିକ ଅଭିଯୋଗ । ପ୍ରସୂତିଙ୍କ ସହ ଆସିଥିବା ଆଶା କର୍ମୀ ଓ ପ୍ରସୂତିଙ୍କ ସ୍ୱାମୀ ଏହି ଅଭିଯୋଗ କରିଛନ୍ତି ।

ମହିଳା ଜଣକ ଏଚଆଇଭିରେ ଆକ୍ରାନ୍ତ ହୋଇଥିବାରୁ ଏପରି ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । କଟକ ବଡ ମେଡିକାଲରେ ଏଭଳି ବ୍ୟବହାର ପରେ ମହିଳାଙ୍କ ସ୍ୱାମୀ ଅସହାୟ ହୋଇ କହିଛନ୍ତି ଯଦି ଡାକ୍ତର ଏଭଳି ବ୍ୟବହାର କରିବେ, ଆମେ ଯିବୁ କୁଆଡେ? ତେବେ ଏହି ଅଭିଯୋଗ ସଂପର୍କରେ ସଂପୃକ୍ତ ବିଭାଗ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏସସିବି କର୍ତୃପକ୍ଷ ।