ସାଲେପୁର :ବିଶ୍ୱାସ ରହିଛି ଯେ ଭଗବାନ କେବଳ ମଣିଷଙ୍କ ମନସ୍କାମନା ପୂରଣ କରନ୍ତି । ହେଲେ ସତ କଥା ହେଉଛି ଇଶ୍ୱର ତ ପଶୁ, ପକ୍ଷୀ, କୀଟ ପତଙ୍ଗ ସମସ୍ତଙ୍କ ପାଇଁ । ଓଡିଶାରେ ହିଁ ରହିଛି ଏପରି ଏକ ମନ୍ଦିର ଯେଉଁଠି ସ୍ମରଣ ମାତ୍ରେ ହିଁ ଗୋରୁ ଗାଈଙ୍କ ସବୁ ରୋଗ ଯନ୍ତ୍ରଣା ଦୂର ହୁଏ । କଟକ ଗୋପୀନାଥପୁରର ଶ୍ରୀଶ୍ରୀ ମାଧବାନନ୍ଦ ପୀଠରେ ବିଶ୍ୱାସ ରହିଛି ଯେ ମାଧବାନନ୍ଦଙ୍କ ନାଁ ସ୍ମରଣ କରି ଧୂଳି ଟିକେ ମୁଣ୍ଡରେ ମାରି ଦେଲେ ଗୋରୁ ଗାଈଙ୍କ ଦେହ ଭଲ ହୋଇଯାଏ। ଯେଉଁଠି ଗୋରୁ ଗାଈଙ୍କ ରୋଗ ଯନ୍ତ୍ରଣା ଭଲ ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଥାନ୍ତି ଭକ୍ତମାନେ। କାହିଁ କେଉଁ କାଳରୁ ଭକ୍ତଙ୍କ ବିଶ୍ୱାସ ଓ ଆସ୍ଥା ଭାଜନ ହୋଇ ଆସିଛି ଏହି ମାଧବାନନ୍ଦ ପୀଠ। ସମୟ ଚକ୍ରରେ ଏହି ପୀଠର ଗୁରୁତ୍ୱ କମି ଯାଇନି, ବରଂ ଅଧିକରୁ ଅଧିକ ଭକ୍ତଙ୍କ ଗହଳି ଜମୁଛି ଏହି ପୀଠରେ। ଅଧିକ ତଥ୍ୟ ଏହି ଭିଡିଓରେ :
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us