କଟକ ଗଡଗଡିଆ ଘାଟରେ ୨ ନାବାଳକ ନିଖୋଜ ଘଟଣା : ମିଳିଲା ଜଣଙ୍କ ମୃତଦେହ

30

କଟକ : କଟକ ଗଡଗଡିଆ ଘାଟରେ ନିଖୋଜ ଦୁଇ ନାବାଳକଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ମିଳିଛି । ଆଜି ମହାନଦୀ ଗଡଗଡିଆ ଘାଟରେ ବୁଡି ୨ ଜଣ ନାବାଳକ ନିଖୋଜ ହୋଇଥିଲେ । ଏହି ଦୁଇ ନାବାଳକ ପଟାପୋଲ ଅଂଚଳର ବୋଲି ଜଣା ପଡିଛି ।

ଗଡଗଡିଆ ଘାଟରେ ଷୋଳପୁଅ ମାଆ ଠାକୁରାଣୀଙ୍କ ଘଟ ବିସର୍ଜନ ବେଳେ ଏହି ଦୁର୍ଘଟଣା ଘଟିଛି । ଅନ୍ୟ ଜଣେ ନାବାଳକକୁ ଉଦ୍ଧାର ପାଇଁ ଏବେ ବି ଉଦ୍ୟମ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ଦୁଇଟି ଓଡ୍ରାଫ୍ ଟିମ୍ ନିୟୋଜିତ ଅଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –