ନକଲି ମେଡିସିନ୍ ମାମଲାରେ ସିବିଆଇ ତଦନ୍ତ ଦାବି : ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

59

କନକ ବ୍ୟୁରୋ : ନକଲି ମେଡିସିନ୍ ଘଟଣାରେ ସିବିଆଇ ତଦନ୍ତ ଦାବି । ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କଲେ ଆଇନଜୀବୀ ଆଲୋକ ମହାପାତ୍ର । ନକଲି ଔଷଧ ଘଟଣାରେ ଇଣ୍ଟର ଷ୍ଟେଟ୍ ଲିଙ୍କ ରହିଛି । ତେଣୁ ଏହାର ତଦନ୍ତ ରାଜ୍ୟର କୌଣସି ସଂସ୍ଥା ନକରି ସିବିଆଇ ଯାଞ୍ଚ କରୁ ବୋଲି ସେ ଦାବି କରିଛନ୍ତି । କେବଳ କାରବାର ନୁହେଁ, କେଉଁଠି ଏହା ପ୍ରସ୍ତୁତ ହେଉଛି ସେନେଇ ବି ସିବିଆଇ ଯାଞ୍ଚ ହେଉ । ଜନସ୍ୱାର୍ଥ ମାମଲାରେ ପୋଲିସ ଡିଜି, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କ ସମେତ ୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।