ପଞ୍ଚାୟତ ନିର୍ବାଚନ : କଟକ ଜିଲ୍ଲାରେ କେଉଁ ତାରିଖରେ କେଉଁ ବ୍ଲକରେ ମତଦାନ ?

207

କନକ ବ୍ୟୁରୋ : ଆଜି ରାଜ୍ୟ ନିର୍ବାଚନ କମିସନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ କଟକ ଜିଲ୍ଲାରେ କେଉଁ ତାରିଖରେ କେଉଁ ବ୍ଲକରେ ମତଦାନ ହେବ ତାହା ସାମ୍ନାକୁ ଆସିଛି। ଫେବ୍ରୁଆରି ୧୬ ତାରିଖରେ ଜିଲ୍ଲାର ମାହଙ୍ଗା, କଟକ ସଦର ଓ ନରସିଂହପୁର ବ୍ଳକରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ତାପରେ୧୮ରେ ନିଶ୍ଚିନ୍ତକୋଇଲି, ବାରଙ୍ଗ ଓ ବଡମ୍ବା ବ୍ଳକରେ ମତଦାନ କରାଯିବ । ଅନ୍ୟପକ୍ଷରେ ସାଲେପୁର, କଣ୍ଟାପଡା ଓ ତିଗିରିଆ ବ୍ଳକରେ ୨୦ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ଠିକ୍ ସେହିପରି ୨୨ ତାରିଖରେ ଆଠଗଡ଼, ଟାଙ୍ଗୀ ଓ ବାଙ୍କୀ-ଡମପଡ଼ା ଏବଂ ୨୪ ତାରିଖରେ ନିଆଳି ଓ ବାଙ୍କୀରେ ମତଦାନ ହେବ ।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ୧୬ ଫେବ୍ରୁଆରିରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ନିର୍ବାଚନ ହେବ । ୨୦୨ ଜିଲ୍ଲା ପରିଷଦ ଜୋନ୍, ୧୬୬୯ ଗ୍ରାମ ପଞ୍ଚାୟତ, ୨୨୩୭୯ଟି ବୁଥରେ ଭୋଟ ଗ୍ରହଣ, ୬୭୫୧୦୬୮ ଭୋଟର ରହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ୧୮ ଫେବ୍ରୁଆରିରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ନିର୍ବାଚନ ହେବ । ଏଥିରେ ୧୪୬ ଜିଲ୍ଲା ପରିଷଦ ଜୋନ୍, ୧୫୧୪ ଗ୍ରାମ ପଞ୍ଚାୟତ, ୨୦୪୩୬ ବୁଥରେ ଭୋଟ ଗ୍ରହଣ ହେବ । ଏହି ଦିନ ୬୨୧୦୯୩୮ ଭୋଟର ମତଦାନ କରିବେ । ତୃତୀୟ ପର୍ଯ୍ୟାୟ ୨୦ ଫେବ୍ରୁଆରିରେ ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ନିର୍ବାଚନ ହେବ। ଏଥିରେ୧୭୧ଟି ଜିଲ୍ଲା ପରିଷଦ ଜୋନ, ୧୩୮୨ଟି ଗ୍ରାମପଞ୍ଚାୟତ,୧୮୪୯୫ ବୁଥରେ ଭୋଟ ଗ୍ରହଣ, ମୋଟ ୫୬୫୩୪୦୫ ଭୋଟର ରହିଛନ୍ତି ।

ସେହିଭଳି ଚତୁର୍ଥ ପର୍ଯ୍ୟାୟ ୨୨ ଫେବ୍ରୁଆରିରେ ୨୭ଟି ଜିଲ୍ଲାର ୬୪ଟି ବ୍ଲକରେ ନିର୍ବାଚନ ହେବ । ଏଥିରେ ୧୬୩ଟି ଜିଲ୍ଲା ପରିଷଦ ଜୋନ, ୧୨୫୪ଟି ଗ୍ରାମପଞ୍ଚାୟତ, ୧୭୦୮୯ ବୁଥରେ ଭୋଟଗ୍ରହଣ, ୫୧୩୧୭୨୭ ଭୋଟର ରହିଛନ୍ତି  ପଞ୍ଚମ ପର୍ଯ୍ୟାୟ ୨୪ ଫେବ୍ରୁଆରିରେ ୨୫ଟି ଜିଲ୍ଲାର ୪୮ଟି ବ୍ଲକରେ ନିର୍ବାଚନ ହେବ । ଏଥିରେ ୧୩୧ ଜିଲ୍ଲା ପରିଷଦ ଜୋନ୍, ୯୭୫ ଗ୍ରାମ ପଞ୍ଚାୟତ, ୧୩୫୧୪ ବୁଥରେ ଭୋଟଗ୍ରହଣ, ୪୧୮୮୩୮୨ ଭୋଟର ରହିଛନ୍ତି ।