ବର୍ଷାଙ୍କ ଅଭିଯୋଗ, କଟକ ଡିସିପିଙ୍କ ପ୍ରତିକ୍ରିୟା : କହିଲେ ଏତଲାରେ ଥିବା ଅଭିଯୋଗର ହେଉଛି ତର୍ଜମା; ସତ୍ୟତା ଥିଲେ ହେବ କାର୍ଯ୍ୟାନୁଷ୍ଠାନ 

209

କନକ ବ୍ୟୁରୋ : ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । କହିଛନ୍ତି, ଏତଲାରେ ଥିବା ଅଭିଯୋଗର ତର୍ଜମା କରାଯାଉଛି । ପୂର୍ବରୁ ସମାନ ପ୍ରକାର ଅଭିଯୋଗ ହୋଇଛି କି ନାହିଁ ତାର ମଧ୍ୟ ଅନୁଧ୍ୟାନ କରାଯିବ । ଲିଖିତ ଅଭିଯୋଗରେ କଗ୍ନିଜେବୁଲ ଅଫେନ୍ସ ବା ଦୋସାବହ ବିଷୟ ସାମ୍ନାକୁ ଆସିଲେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବରୁ ମଧ୍ୟ ବର୍ଷା କରିଥିବା ଅଭିଯୋଗ ଗୁଡିକୁ ଗୁରୁତର ସହ ନେଇ ତଦନ୍ତ କରାଯାଉଥିବା କହିଛନ୍ତି ଭୁବନେଶ୍ୱର ଡିସିପି ।

ଗତକାଲି ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବର୍ଷା । ଏତଲାରେ ବର୍ଷା ଅଭିଯୋଗ କରି ଲେଖିଥିଲେ, ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି । ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି । ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରି ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଭିତ୍ତିହୀନ କାହାଣୀ ସଜେଇ ସମାଜରେ ମର୍ଯ୍ୟାଦାର ସହିତ ବଞ୍ଚିବାର ଅଧିକାରୀ ଛଡାଇ ନେଉଛନ୍ତି । ରାତି ଦିନ ପରିଶ୍ରମ କରି ଅର୍ଜନ କରିଥିବା ଖ୍ୟାତିକୁ ମାଟିରେ ମିଶାଇ ଦେଉଛନ୍ତି ।