ହାଇଦରକୁ ଏନକାଉଣ୍ଟର ହେବା ନେଇ ସୂଚନା ଦେଲେ କଟକ ଡିସିପି । କହିଲେ, ଫେରାର୍ ହେଉଥିବାବେଳେ ଅଟକାଇବାକୁ ଗୁଳି ମାରିଥିଲା ପୋଲିସ ।

244

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟାର ହାଇଦରକୁ ଗୁଳି ବାଜିବା ନେଇ ସୂଚନା ଦେଲେ କଟକ ଡିସିପି । ଆଜି ହାଇଦରକୁ ସ୍ଥାନାନ୍ତର କରିବା ସମୟରେ ସେ ଫେରାର୍ ହେବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ପୋଲିସ ତାକୁ ଗୁଳି ମାରିଥିବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ତେବେ ଆଜି ଦିନ ୩ଟା ୨୦ ମିନିଟ୍ ସମୟରେ ଏହି ଘଟଣା ଘଟିଥିବା ସେ କହିଛନ୍ତି ।

କିଛି ଦିନ ତଳେ ହାଇଦର କଟକ ଏସସିବି ହସ୍ପିଟାଲରୁ ଫେରାର୍ ହୋଇଯାଇଥିଲା । ଏହାପରେ ଜୋରଦାର କସରତ ପରେ ପୋଲିସ ହାଇଦରକୁ ହାଇଦ୍ରାବାଦରୁ ଗିରଫ କରିଥିଲା । ଏହାପରେ ତାକୁ ଚୌଦାର ଜେଲରେ ରଖାଯାଇଥିଲା । ଆଜି ତାକୁ ଚୌଦାରରୁ ବାରିପଦା ସ୍ଥାନାନ୍ତର କରିବା ସମୟରେ ସେ ଫେରାର୍ ହେବାକୁ ଉଦ୍ୟମ କରିବା ସମୟରେ ପୋଲିସ ଗୁଳି ଖାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗ୍ୟାଙ୍ଗଷ୍ଟାର ହାଇଦରର ପେଟରେ ଗୁଳି ବାଜିଛି । ଗୁଳି ବାଜିବା ପରେ ତାକୁ ନିକଟସ୍ଥ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ସେନେଇ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିପାରିନାହିଁ ।