ପୁଲିସ ସାଜିଲା ଚୋର… ଅନ୍ୟ ବାଡିରେ ପଶି ସଜନା ଛୁଇଁ ଚୋରିକଲା ପୋଲିସ । ବିରୋଧ କରିବାରୁ ଦେଖାଇଲେ ନାଲିଆଖି

809

କନକ ବ୍ୟୁରୋ : ପୁଲିସ ସାଜିଲା ଚୋର  । ଚୋର ଧରିବା ବାଲା ଅନ୍ୟ ବାଡିରେ ପସି ଚୋରି କରିଥିବା ଅଭିଯୋଗ ହୋଇଛି । ଗଛରୁ ସଜନା ଛୁଇଁ ଚୋରି କରିଛି ପୋଲିସ। ଏଭଳି ଘଟଣା ଘଟିଛି କଟକ ସିଡିଏ ୭ ନଂ ଅଞ୍ଚଳରେ । ମର୍କତନଗର ଥାନାର ୩ ପୋଲିସ କର୍ମଚାରୀଙ୍କ ଦୁଃବ୍ୟବହାର ଘଟଣାକୁ ନେଇ ଡିସିପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ବାସୁଦେବ ମିଶ୍ର । 

ବାସୁଦେବଙ୍କ ଅଭିଯୋଗ ମୁତାବକ ତାଙ୍କ ବାସଭବନ ନିକଟରେ ଏକ ସଜନା ଛୁଇଁ ଗଛ ଲଗାଇଥିଲେ ।  ଗତ ୪ ତାରିଖ ଦିନ ସକାଳ ପ୍ରାୟ ସାଢେ ୮ଟା ସମୟରେ ହଠାତ ଦୁଇଟି ବାଇକରେ ୩ଜଣ ପୋଲିସ କର୍ମଚାରୀ ଆସି ହଠାତ ଗଛରୁ ସମସ୍ତ ସଜନା ଛୁଇଁ ତୋଳି ନେଇଥିଲେ । ଏହା ଦେଖିବା ପରେ ବାସୁଦେବ ମିଶ୍ର  ପୋଲିସକୁ ବିରୋଧ କରିଥିଲେ ଏବଂ ନ ତୋଳିବା  ପାଇଁ ତାଗିଦ କରିଥିଲେ । ମାତ୍ର ପୋଲିସ କର୍ମଚାରୀମାନେ ଓଲଟି ସିନିୟର ସିଟିଜନ ବାସୁଦେବ ମିଶ୍ରଙ୍କୁ ଦୁଃବ୍ୟବହାର ପ୍ରଦର୍ଶନ କରିବା ସହିତ ଗାଳି ଗୁଲଜ କରିଥିଲେ । ପୋଲିସ କର୍ମଚାରୀ ପିସିଆର ବାଇକ ଆଣି ସେଥିରେ ୨୫ କିଲୋ ସଜନା ଛଇଁ ଧରି ଚାଲିଯାଇଥିଲେ । ବଡ ବାବୁ ଆଣିବା ପାଇଁ କହିଥିବା ପୋଲିସ କର୍ମଚାରୀମାନେ ଓଲଟି ସ୍ଥାନୀୟ ଲୋକଙ୍କୁ କହିଥିଲେ । ତେବେ ସ୍ଥାନୀୟ ଲୋକ ତଥା ବରିଷ୍ଠ ନାଗରିକଙ୍କ ପ୍ରତି ପୋଲିସ କର୍ମଚାରୀଙ୍କ ଏ ଭଳି ଦୁଃବ୍ୟବହାର ଉପରେ କ୍ଷୁବ୍ଧ ହୋଇ ବାସୁଦେବ ମିଶ୍ର ଡିସିପିଙ୍କ ନିକଟରେ ଫେରାଦ ହୋଇଛନ୍ତି । ଅପରପଟେ କ୍ୟାମେରା ଆଗରେ କଟକ ଡିସିପି କୌଣସି ପ୍ରତିକ୍ରୀୟା ଦେଇ ନ ଥିବା ବେଳେ ମର୍କତନଗର ଥାନା ଆଇ ଆଇ ସି ଙ୍କୁ କାହିଁକି ଓ କେଉଁ ପରିସ୍ଥିତି ରେ ଏଭଳି ଘଟିଲା ସେ ବାବଦରେ ତଥ୍ୟ ମାଗିଛନ୍ତି ଡିସିପି ।