କଟକ ଅତ୍ୟାଧୁନିକ ବସ ଟର୍ମିନାଲ ମାମଲା । ଖାରଜ କଲେ ହାଇକୋର୍ଟ

301

କନକ ବ୍ୟୁରୋ : କଟକ ଅତ୍ୟାଧୁନିକ ବସ ଟର୍ମିନାଲ ମାମଲାକୁ ଖାରଜ କଲେ ହାଇକୋର୍ଟ । ବର୍ତ୍ତମାନ ସମୟରେ ଏହି ପ୍ରକଳ୍ପ ନେଇ ସମସ୍ତ ବିଷୟ ଚୂଡାନ୍ତ ହୋଇନାହିଁ । ରାଜ୍ୟସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ କୋର୍ଟରେ ଯୁକ୍ତି ରଖିଥିଲେ । ବସ ଟର୍ମିନାଲ ନିର୍ମାଣ ହେଲେ ବିଭିନ୍ନ ସମସ୍ୟା ହେବ ବୋଲି ଆବେନକାରୀ ଦର୍ଶାଇଥିଲେ ଥିଲେ ।

ଗତ ଫେବୃଆରୀ ୨ ତାରଖରେ ବସ ଟର୍ମିନାଲ ନିର୍ମାଣ କାର୍ୟ୍ୟରେ ଅଙ୍କୁଶ ଲଗାଇଥିଲେ ହାଇକୋର୍ଟ । ବସ ଟର୍ମିନାଲ ପାଇଁ ଚିହ୍ନଟ ଜମିରୁ କିଛି ଅଂଶ ମନ୍ଦିର ଜମି ରହିଛି । ଚିହ୍ନଟ ମନ୍ଦିର ଜମି ଉପରେ ସ୍ଥିତାବସ୍ଥା ଜାରି କରିଥିଲେ କୋର୍ଟ । ୧୧ ଏକର ଜମିରୁ ୩ ଏକର ଜମି ମନ୍ଦିରର ରହିଛି ବୋଲି କୁହାଯାଇଥିଲା । ଏନେଇ ହାଇକୋର୍ଟରେ ମାମଲା ଶୁଣାଣି ହୋଇଥିଲା ।

କଟକର ଖାନନଗର ଠାରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଘୋଷଣା ସରିଛି । ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ନାମିତ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।