ସରିଲା ବାଲିଯାତ୍ରା ! ଶେଷ ଦିନରେ ଜମିଲା ବିଦେଶୀ ପର୍ଯ୍ୟଟକଙ୍କ ଭିଡ ।

166

ଆଜି ଶେଷ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ମହାନଦୀର ଗଡ଼ଗଡ଼ିଆ ଘାଟ କୂଳରେ ଆୟୋଜିତ ହୋଇ ଆସୁଥିବା ଦେଶର ଏହି ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳାର ଶେଷ ଦିନରେ ଛୁଟିଛି ବିଦେଶୀ ପର୍ଯ୍ୟଟକଙ୍କ ସୁଅ । ଆଜି ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡର ୪ଜଣ ବିଦେଶୀ ପର୍ଯ୍ୟଟକ ବାଲିଯାତ୍ରାର ଉଭୟ ପଡିଆରେ ବୁଲି ବିଭିନ୍ନ ଷ୍ଟଲ ଦେଖିବା ସହ ଓଡିଶା ସଂସ୍କୃତି ଏବଂ ପରମ୍ପରାର ଅଂସୀଦାର ହୋଇଛନ୍ତି ।

ଏହି ବିଦେଶୀ ପର୍ଯ୍ୟଟକମାନେ ବାଲିଯାତ୍ରା ପଡିଆରେ ଚାହା ପିଇ ମଜା ନେଇଛନ୍ତି । ଏହା ସହ ସେମାନଙ୍କ ଓଡିଆ ବନ୍ଧୁ ରୋହନ ସାହୁଙ୍କ ଠାରୁ ଐତିହାସିକ ବାଲିଯାତ୍ରା ସମ୍ବନ୍ଧରେ ପଚାରି ବୁଝିଛନ୍ତି । ତେବେ ବାଲିଯାତ୍ରା ବୁଲି ବିଦେଶୀ ପର୍ଯ୍ୟଟକମାନେ ଖୁସି ରହିଥିବା କହିଛନ୍ତି । ତେବେ ଗତ ନଭେମ୍ବର ମାସ ୨୩ ତାରିଖରୁ ଆରମ୍ଭ ହୋଇଥିଲା କଟକର ଐତିହାସିକ ବାଲିଯାତ୍ରା । ଯାହା ଆଜି ଶେଷ ହୋଇଛି । ଶେଷ ଦିନରେ ବାଲିଯାତ୍ରାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି ।