ସଞ୍ଜ ନଇଁଲେ ବାଲିଯାତ୍ରା ପଡିଆରେ ବଢୁଛି ଭିଡ । ମନପସନ୍ଦର ସାମଗ୍ରୀ କିଣିବା ସହ ଚଟପଟା ଖାଇବା ଓ ଦୋଳିର ମଜା ବି ଉଠାଉଛନ୍ତି ଦର୍ଶକ

210

କନକ ବ୍ୟୁରୋ : ବାଲିଯାତ୍ରାକୁ ନେଇ ଉତ୍ସବମୁଖର କଟକ ପରିବେଶ । ସନ୍ଧ୍ୟା ହେଲେ ବାଲିଯାତ୍ରା ପଡ଼ିଆରେ ଜମୁଛି ହଜାର ହଜାର ଲୋକଙ୍କ ଭିଡ଼ । ଆଉ ଲୋକଙ୍କ ମନୋରଂଜନ ପାଇଁ ପ୍ରତି ସଂଧ୍ୟାରେ ଜମୁଛି ସାଂସ୍କୃତିକ ଓ ମନୋରଂଜନ କାର୍ଯ୍ୟକ୍ରମ । ତେବେ ଗତକାଲି ସଂଧ୍ୟାରେ କଟକ ବାଲିଯାତ୍ରାରେ ଦର୍ଶକଙ୍କ ମନ ଜିଣିଥିଲା ବଲିଉଡ୍ ଗାୟକ ଦଲେର ମେହନ୍ଦୀଙ୍କ ଗୀତ । ଦଲେର ମେହନ୍ଦୀଙ୍କ କଣ୍ଠରେ ବଲିଉଡର ଅନେକ ସୁପରହିଟ୍ ଗୀତରେ ଝୁମିଥିଲେ ଦର୍ଶକ ।

ତେବେ କହିବାକୁ ଗଲେ ବାଲିଯାତ୍ରା ପଡିଆରେ ପ୍ରତିଦିନ ଖଚାଖଚ ଭିଡ ଦେଖିବାକୁ ମିଳୁଛି । ବିଭିନ୍ନ ଷ୍ଟଲକୁ ଲୋକମାନେ ନିଜନିଜ ମନପସନ୍ଦ ସାମଗ୍ରୀ କିଣୁଥିବା ବେଳେ ଯାତ୍ରା ପଡିଆରେ ବୁଲିବୁଲି ଅନେକ ମଜା ଉଠାଉଛନ୍ତି । ଚଳିତଥର ବାଲିଯାତ୍ରାର ସମୟ ବଢାଯାଇଥିବାରୁ ଲୋକମାନେ ବି ବେଶ ଖୁସି ଅଛନ୍ତି । ତେବେ ନିତିଦିନ ପଡିଆରେ ଦର୍ଶକଙ୍କ ଭିଡ ଜମୁଥିବାରୁ ଭଲ ୨ ପଇସା ବେପାର ମଧ୍ୟ ହେଉଥିବା ଦେକାନୀ କହିଛନ୍ତି ।