କରୋନା ଟିକା ଉପରୁ ହଟିଲା କଷ୍ଟମ ଡ୍ୟୁଟି । ୩ ମାସ ଯାଏଁ କଷ୍ଟମ ଡ୍ୟୁଟି ହଟେଇବା ପାଇଁ କେନ୍ଦ୍ରର ନିଷ୍ପତ୍ତି । 

143

କନକ ବ୍ୟୁରୋ: କରୋନା ଟିକା ଉପରୁ ହଟିଲା କଷ୍ଟମ ଡ୍ୟୁଟି । ଏହାସହ ଅମ୍ଳଜାନ ଓ ଅମ୍ଳଜାନ ଉପକରଣ ଉପରୁ ମଧ୍ୟ କଷ୍ଟମ ଡ୍ୟୁଟି ହଟାଯାଇଛି । ଆସନ୍ତା ୩ ମାସ ଯାଏଁ କଷ୍ଟମ ଡ୍ୟୁଟି ହଟେଇବା ପାଇଁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ବର୍ତମାନ ସ୍ଥିତିରେ ଟିକା ଓ ଅକ୍ସିଜେନ୍ର ବହୁ ମାତ୍ରାରେ ଆବଶ୍ୟକତା ରହିଛି । ତେଣୁ ଲୋକଙ୍କ ପାଖରେ ଏହା କିଭଳି ସହଜରେ ପହଂଚି ପାରିବ ତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଅକ୍ସିଜେନ୍ର ଉପଲବ୍ଧତାକୁ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସେହି ବୈଠକ ପରେ ଏଭଳି ନିଷ୍ପତି ନିଆଯାଇଛି । କୋଭିଡ ଭାକ୍ସିନ ଓ ଅମ୍ଳଜାନ ଉପରୁ କଷ୍ଟମ ଡ୍ୟୁଟି ହଟାଇବା ପାଇଁ ନିଷ୍ପତି ନିଆଯାଇଛି ।