ମହିଳା କ୍ରିକେଟରଙ୍କୁ ଜୀବନସାଥୀ କରିବେ କ୍ରିକେଟର ଋତୁରାଜ ଗାଏକୱାଡ୍ । ଜୁନ ୩ରେ ଉତ୍କର୍ଷାଙ୍କୁ କରିବେ ବିବାହ

570

କନକ ବ୍ୟୁରୋ : ଆଇପିଏଲରରେ ନିଜର ଚିତାକର୍ଷ ଖେଳ ପ୍ରଦର୍ଶନ କରି ଚର୍ଚ୍ଚାରେ ରହିଥିବା ଚେନ୍ନାଇ ସୁପର କିଙ୍ଗର ଷ୍ଟାର ଓପନର ଋତୁରାଜ ଗାଏକୱାଡ଼ ଖୁବ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଜୁନ ୪ରେ ବିବାହ ହେବା ନେଇ ଖବର ମିଳିଛି । ଋତୁରାଜ ଜୀବନସାଥୀ ଭାବେ କୌଣସି ମଡେଲ, ଅଭିନେତ୍ରୀଙ୍କୁ ବାଛିନାହାଁନ୍ତି ବଂର ଜଣେ କ୍ରିକେଟରଙ୍କୁ ବିବାହ କରିବାକୁ ଯାଉଛନ୍ତି । ସେ ହେଉଛନ୍ତି ଉତ୍କଷା ପାୱାର । ମହାରାଷ୍ଟ୍ରର ଜଣେ ରାଜ୍ୟସ୍ତରୀୟ କ୍ରିକେଟର ୨୪ ବର୍ଷ ବୟସ୍କା ଏହି ମହିଳା କ୍ରିକେଟର ଜଣେ ଦକ୍ଷ ବୋଲର ଭାବେ ଜଣାଶୁଣା । ନିକଟରେ ଚେନ୍ନାଇ ସୁପରକିଙ୍ଗ ଆଇପିଏଲ ଫାଇନାଲ ଜିତିବାପରେ ଅନେକ ଗୁଡିଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ଭିତରେ ଋତୁରାଜ ଓ ଉତ୍କର୍ଷାଙ୍କ କିଛି ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଏଥିସହ ଋତୁରାଜ କିଛି ଫଟୋରେ ଦୁଇପଦ ଖାସ କଥା ଲେଖି ଏକଥା ମଧ୍ୟ ଜଣାଇଥିଲେ କି ସେ ନିଜ ଜୀବନସାଥୀଭାବେ ଉତ୍କର୍ଷାଙ୍କୁ ପସନ୍ଦ କରିଛନ୍ତି । ପୂର୍ବରୁ ମରାଠୀ ଅଭିନେତ୍ରୀ ସୟାଲୀ ସଂଜୀବଙ୍କ ସହ ଋତୁରାଜଙ୍କ ପ୍ରେମସମ୍ପର୍କକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି । ଏହା ଉପରେ କିନ୍ତୁ କେବେ ବି କୌଣସି ପ୍ରତିକ୍ରିୟା ଦେନଥିଲେ । ବାହାଘର ପାଇଁ ୱାଲ୍ଡ ଟେଷ୍ଟ ଚାମ୍ପ୍ରିନସିଫ ଯିବା ପାଇଁ ମନା କରିଛନ୍ତି ଋତୁରାଜ । ଜୁନ ୭ରେ ଲଣ୍ଡନ ଆରମ୍ଭ ହେବ ୱାଲ୍ଡ ଟେଷ୍ଟ ଚାମ୍ପିୟନସିଫ ।