ପ୍ରଥମ ଇଂନିସରେ ଚେନ୍ନାଇର ସ୍କୋର ୧୭୮ । ଋତୁରାଜଙ୍କ ଦମଦାର ୯୨ ରନ୍ । ଗୁଜରାଟକୁ ବିଜୟ ଲକ୍ଷ୍ୟ ୧୭୯ ।

127

କନକ ବ୍ୟୁରୋ: ପ୍ରଥମ ଇଂନିସରେ ଚେନ୍ନାଇ ସ୍କୋର କଲା ୧୭୮ ରନ୍ । ଆଜି ଆଇପିଏଲର ପ୍ରଥମ ମ୍ୟାଚରେ ଗୁଜରାଟ ବିପକ୍ଷରେ ୧୭୮ ରନ୍ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ବିଜୟ ପାଇଁ ଗୁଜରାଟ ଟାଇଟନ୍ସ ଆଗରେ ୧୭୯ ରନ୍ ଲକ୍ଷ୍ୟ ରହିଛି । ତେବେ ଆଜି ପ୍ରଥମ ଇଂନିସରେ ଋତୁରାଜ ଗାଏକ୍ୱାଡଙ୍କ ବିଧ୍ୱଂସୀ ବ୍ୟାଟିଂ ଦେଖିବାକୁ ମିଳିଥିଲା । ୫୦ ବଲରୁ ସେ ୯୨ ରନ୍ କରି ଆଉଟ୍ ହୋଇଥିଲେ ।

ଆଜି ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ସିଏସକେ । ଦଳ ପ୍ରଥମରୁ ହିଁ ନିଜ ଓପନର କନୱେଙ୍କୁ ହରାଇଥିଲା । ହେଲେ ମୋଇନ୍ ଅଲ୍ଲୀ ଓ ଋତୁରାଜ ଗାଏକ୍ୱାଡ ଦମଦାର ଆରମ୍ଭ କରିଥିଲେ । ଏହାପରେ ଚେନ୍ନାଇର କୌଣସି ବ୍ୟାଟ୍ସମ୍ୟାନ୍ ବଡ ସ୍କୋର କରିପାରିନଥିଲା । ତେବେ ୨୦ ଓଭର ଶେଷ ବେଳକୁ ଦଳ ୭ ୱିକେଟ୍ ହରାଇ ୧୭୮ ରନ୍ କରିପାରିଥିଲା ।

ଗୁଜରାଟ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ଶାମି ୨ଟି ୱିକେଟ୍ ନେଇଥିବାବେଳେ, ରସିଦ ଖାନ୍ ଓ ଅଲଜାରି ଜୋସେଫ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।